Wednesday , October 5 2022
Breaking News
Home / ବିଶେଷ / ପାରାଦୀପ ପୋର୍ଟ ପେନସନର୍ସ ଆସୋସିଏସନ୍ ସାଧାରଣ ସଂପାଦକ ପର୍ଶୁରାମ ମଲ୍ଲିକ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳୀ

ପାରାଦୀପ ପୋର୍ଟ ପେନସନର୍ସ ଆସୋସିଏସନ୍ ସାଧାରଣ ସଂପାଦକ ପର୍ଶୁରାମ ମଲ୍ଲିକ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳୀ

ପାରାଦୀପ ୨୪/୦୯/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ପୋର୍ଟ ପେନସନର୍ସ ଆସୋସିଏସନ୍ ର ସାଧାରଣ ସଂପାଦକ ତଥା ପାରାଦୀପ ବନ୍ଦର ର ପୂର୍ବତନ ଶ୍ରମିକ ନେତା ସ୍ୱର୍ଗତ ପର୍ଶୁରାମ ମଲ୍ଲିକଙ୍କ ଅକାଳ ବିୟୋଗରେ ସଂଘର ସଦସ୍ୟମାନଙ୍କ ଦ୍ୱାରା ଏକ ଶ୍ରଦ୍ଧାଂଜଳୀ ସଭା ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ସଂଘ ର କାର୍ଯ୍ୟକାରୀ ସଭାପତି ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ଶ୍ରଦ୍ଧାଂଜଳୀ ସଭା ରେ ଉପସଭାପତି ଗୁଣନିଧି ଚୌଧୁରୀ, ସହ ସମ୍ପାଦକ ନିତ୍ୟାନନ୍ଦ ପଣ୍ଡା, ସଦସ୍ୟ ରବିନ୍ଦ୍ର କୁମାର ଦାସ, ନଗେନ୍ ଶତପଥୀ, ନିମାଇଁ ରାଉତ, ଶୁଭେନ୍ଦୁ ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ମାଝୀ, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମଲ୍ଲିକ ଜଣେ ନିଷ୍ଠାପର, କଠିନ ପରିଶ୍ରମୀ ଓ ସଂଘ ପ୍ରତି ତାଙ୍କର ଅବଦାନ ସବୁ ଦିନ ମନେ ରହିବ ବୋଲି ସଦସ୍ୟମାନେ କହିଥିଲେ ।  ସେହିପରି ସଂଘର ପୂର୍ବତନ ସଭାପତି ପ୍ରସନ୍ନ କୁମାର ଆଚାର୍ଯ୍ୟ, ଯତିକାନ୍ତ ବେହେରା, ବସନ୍ତ ନାୟକ, ପିଡିଡବ୍ଲ୍ୟୁ ୟୁନିୟନର ସମ୍ପାଦକ ଅନନ୍ତ ଦାସଙ୍କ ସମେତ ପାରାଦୀପ ବନ୍ଦର ର ବହୁ ପ୍ରାକ୍ତନ ଅଧିକାରୀ ଓ କର୍ମଚାରୀମାନେ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ  ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.