Tuesday , October 19 2021
Breaking News
Home / ବ୍ୟବସାୟ ବାଣିଜ୍ୟ / କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କଟକ ସଦର, ୨୪/୦୯/୨୦୨୧(ଓଡ଼ିଶା ସମାଚାର/ ଵଷ୍ଣୁ ବେହେରା): କନ୍ଦରପୁର କୃଷòକ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ କନ୍ଦରପୁର ମିନି ବ୍ୟାଙ୍କ୍ ରେ ଵହୁ ଚର୍ଚ୍ଚିତ ଅର୍ଥ ହଡପ ଘଟଣା ଦିନକୁ ଦିନ ଜଟିଳ ହେଉଥିଵା ଵେଳେ ଏହାର ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସ‌ହିତ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ସେମାନଙ୍କର ଜମା ରାଶି ଫେରାଇବାକୁ ଵିଜେଡି ଦାଵି ଦୋହରାଇଛି। ଏଥିପାଇଁ କଟକ ଜିଲ୍ଲା ଵିଜୁ ଜନତା ଦଳ ସାଧାରଣ ସମ୍ପାଦକ ସମର ବେହେରାଙ୍କ ନେତୃତ୍ବରେ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,କନ୍ଦରପୁର ପଞ୍ଚାୟତ ସଭାପତି ଭିକାରୀ ଚରଣ ବେହେରା,ସରପଞ୍ଚ ପ୍ରଫୁଲ୍ଲ କୁମାର ଭୋଇ,ଫକିରପଡା ପଞ୍ଚାୟତ ସଭାପତି କିଶୋର ସାହୁ,ସରପଞ୍ଚ ଜତିନ୍ଦ୍ର ରାଉଳ,ଆୟତପୁର ସରପଞ୍ଚ କାନନ କୁମାରୀ ସାହୁ ପ୍ରମୁଖ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ନିର୍ଦ୍ଦେଶକ୍ରମେ ଆଜି ଶୁକ୍ରବାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଦାସଙ୍କୁ ଭେଟି ଦାଵି ପତ୍ର ପ୍ରଦାନ କରିଛନ୍ତି।ଏଥିସହିତ ଏହି ପ୍ରତିନିଧି ମଣ୍ଡଳୀ ଆସି ଉପସ୍ଥିତ ଥିଵା କ୍ଷତିଗ୍ରସ୍ତ ଜମାକାରୀ ଓ ବ୍ୟାଙ୍କ୍ କର୍ମଚାରୀ ଙ୍କ ସହିତ ଆଲୋଚନା କରିଵା ସହିତ କ୍ଷତିଗ୍ରସ୍ତ ଜମାକାରୀ ମାନେ ଅର୍ଥ ନପାଇଵା ପର୍ଯ୍ୟନ୍ତ ଵିଜେଡି ଚୁପ୍ ହୋଇ ଵସିଵ ନାହିଁ ବୋଲି କହିଛନ୍ତି। ଏଥିସହିତ ୭୭ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ସମିତି ପରିସରରେ ନିର୍ମାଣ କରାଯାଇଥିଵା ମାର୍କେଟ କମ୍ପ୍ଲେକ୍ସ ର ବ୍ୟାପକ ଘୋଟାଲା ହୋଇଥିଵା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିଵାକୁ ଦାଵି କରିଥିଲେ।ଘୋଟାଲାର ଚେର ଏତେ ଗଭିରକୁ ଯାଇଛି ଯେ ତାର କଳନା କରାଯାଇ ପାରୁନଥିବାରୁ ସମସ୍ତେ ଆଶା ଓ ଆଶଙ୍କାରେ ବ୍ୟାଙ୍କ୍ କୁ ଆସି ନିରାଶ ହୋଇ ଫେରୁଛନ୍ତି। ଓଡ଼ିଶା ସମାଚାର

About admin

Check Also

ଇତିହାସ ରଚିଲା ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର – ବୃହତ ବନ୍ଦର ଇତିହାସରେ ସମୁଦ୍ରରେ ଜାହାଜରୁ ଜାହାଜକୁ ଏଲପିଜି ସ୍ଥାନାନ୍ତର

ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)-ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର (କୋଲକତା ବନ୍ଦର)ର ଅଂଶ ବିଶେଷ ହଲଦିଆ ଡକ୍ କମ୍ପ୍ଲେକ୍ସ ଏଲପିଜିର ସମୁଦ୍ର ମଧ୍ୟରେ …

Leave a Reply

Your email address will not be published. Required fields are marked *