କେନ୍ଦ୍ରାପଡ଼ା, ୨୪/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ କାର୍ତିକ ଚରଣ ସାହୁଙ୍କ ପତ୍ନୀ ତାରୁଲତା ସାହୁଙ୍କ ଚାଳଛପର ଘର ଉପରେ ଗତ ପ୍ରବଳବର୍ଷା ଓ ପବନ ସମୟରେ ଏକ କରଞ୍ଜ ଗଛ ପଡିଯାଇଥିଲା । ଫଳରେ ତାରୁଲତାଙ୍କ ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା । ଏସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ତାରୁଲତାଙ୍କ ଘର ନିକଟରେ ପହଂଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ସରୋଜକାନ୍ତ ସାହୁ, ବିକ୍ରମକେଶରୀ ବାରିକ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର