Saturday , June 3 2023
Breaking News
Home / ବିଶେଷ / ଅବସରପ୍ରାପ୍ତ ସେନା ଅଧିକାରୀ ଦୁଃଖୀଶ୍ୟାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଅବସରପ୍ରାପ୍ତ ସେନା ଅଧିକାରୀ ଦୁଃଖୀଶ୍ୟାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡ଼ା, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମର ଅବସରପ୍ରାପ୍ତ ସେନା ଅଧିକାରୀ ଦୁଃଖୀଶ୍ୟାମ ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗୁରୁବାର ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଓ ପ୍ରାଧ୍ୟାପକ ଗିରିଶ ଚନ୍ଦ୍ର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦୁଃଖୀଶ୍ୟାମଙ୍କ ଦେଶପ୍ରୀତି ଓ ସୈନ୍ୟ ବିଭାଗରେ ତାଙ୍କର ଦକ୍ଷତା ତଥା ଦେଶସେବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ସାମଲଙ୍କ ଜିବନୀ ସମ୍ବଳିତ ସ୍ମରଣିକା ‘ଅମୃତ ମଣିଷ’କୁ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଧ୍ରୁବ ଚରଣ ପାତ୍ର, ଶିକ୍ଷକନେତା ପ୍ରଣବ କୁମାର ଜେନା, ପରିବେଶବିତ କାଶୀନାଥ ରାଉତରାୟ, ମଦନମୋହନ ସ୍ୱାଇଁ, ପର୍ଶୁରାମ ସ୍ୱାଇଁ, ପ୍ରାଧ୍ୟାପକ ଅଭିଜିତ ବୋଷ, ଦିଗବିଜୟ ରାଉତ, ଶରତ ଚନ୍ଦ୍ର ପାତ୍ର, କିଶୋର ନାୟକ, ବିମଳ ପରିଡା ପ୍ରମୁଖ ସ୍ୱର୍ଗତ ସାମଲଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଅବସର ନେବା ପରେ ସ୍ୱର୍ଗତ ସାମଲ କିପରି ଗ୍ରାମରେ ପାଲା ମଣ୍ଡପ ପରିସରରେ ହନୁମାନ ମନ୍ଦିର ଓ ମୂର୍ତୀ ସ୍ଥାପନ କରିଥିଲେ ସେ ସମ୍ପର୍କରେ ଶିକ୍ଷାବିତ୍ ଧ୍ରୁବ ଚରଣ ପାତ୍ର ବିଷଦ ଭାବେ ଆଲୋଚନା କରିଥିଲେ । ଧ୍ରୁବ ଚରଣ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ ସଂଗ୍ରାମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.