Wednesday , October 20 2021
Breaking News
Home / ବିଶେଷ / ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କୌଣସି ମତେ ଅଗ୍ନିକାଣ୍ଡ ଘଟି ତାଙ୍କର ୪ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ନିକଟରେ ଥିବା ଗୁହାଳଟି ମଧ୍ୟ ଜଳିଯାଇଛି । ଗୁହାଳ ମଧ୍ୟରୁ ୩ଗୋଟି ଗାଈକୁ ନିଆଁ ଭିତରୁ ଦୁଃସାହାସିକ ଭାବେ ବଟ ଲେଙ୍କାଙ୍କ ଝିଅ ରୁନିଲତା ପ୍ରବେଶକରି ଉଦ୍ଧାର କରିବା ସମୟରେ ନିଜେ ନିଆଁରେ ଜଳି ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ୩ଗୋଟି ଗାଈ ଗୁରୁତର ହୋଇଛନ୍ତି । ବାସଗୃହରେ ଥିବା ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଛି । ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।ରଘୁନାଥପୁର ଅଗ୍ନିଶମ ବାହିନୀ ବିଳମ୍ବରେ ପହଂଚି ନିଆ ପାଉଁଶକୁ ଲିଭାଇଥିଲେ ।ଘଟଣା ସ୍ଥଳରେ ସରପଂଚ ସର୍ମିଷ୍ଠା ସ୍ୱାଇଁ ପହଂଚି ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *