Thursday , September 29 2022
Breaking News
Home / ବିଶେଷ / ଵୁଲା କୁକୁରଙ୍କୁ ଵିଷ ଦେଇ ମାରିଵା ଅଭିଯୋଗରେ ଜଣେ ଗିରଫ

ଵୁଲା କୁକୁରଙ୍କୁ ଵିଷ ଦେଇ ମାରିଵା ଅଭିଯୋଗରେ ଜଣେ ଗିରଫ

କଟକ ସଦର, ୨୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) :  କମିଶନରେଟ ଚୈ।ଦ୍ୱ।ର ଥାନା ପୋଲିସ ଶଙ୍କରପୁର ଅଞ୍ଚଳରେ ଖାଦ୍ୟରେ ଵିଷ ଦେଇ ଏକାଧିକ ଵୁଲା କୁକୁରଙ୍କୁ ମାରିଥିଵା ଜନୈକ ରାସ୍ତା କଡ ଜଳଖିଆ ଦୋକାନୀଙ୍କୁ ଆଜି ଗୁରୁଵାର ଗିରଫ କରିଥିବା ଡିସିପି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ ଏକାଧିକ କୁକୁରଙ୍କ ମୃତ୍ୟୁ କୁ ନେଇ ଗତକାଲି ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଥାନା ଅଭିଯୋଗ କରାଯାଇଥିଲା। ପୋଲିସ ଏଥିପାଇଁ ଜଣଙ୍କୁ ଅଟକ ରଖିଵା ସହିତ ମୃତ କୁକୁରମାନଙ୍କ ଶଵକୁ ଜଵତ କରି ପୋଷ୍ଟ ମର୍ଟମ୍ କରାଇ ଥିଲେ। ତାଙ୍କ ଦୋକାନ ପାଖରେ ବାରମ୍ବାର ମଳତ୍ୟାଗ କରୁଥିଵାରୁ କୁକୁରଙ୍କୁ ଗୁଲୁଗୁଲା ରେ ଦାନାଦାର ଵିଷ ମିଶାଇ ଖୋଇଵାକୁ ଦେଇ ମାରିଥିଵା ଅଭିଯୁକ୍ତ କହିଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.