Friday , September 22 2023
Breaking News
Home / କୃଷି / ଭରଷା ଓ ଵିଶ୍ୱାସ ହରାଇଲା କନ୍ଦରପୁର ମିନି ବ୍ୟାଙ୍କ୍, ଟଙ୍କା ଉଠାଣ ପାଇଁ ଜମାକାରୀଙ୍କ ଲମ୍ବା ଲାଇନ୍, ନିରପେକ୍ଷ ତଦନ୍ତ ଦାଵି କଲା ବିଜେପି

ଭରଷା ଓ ଵିଶ୍ୱାସ ହରାଇଲା କନ୍ଦରପୁର ମିନି ବ୍ୟାଙ୍କ୍, ଟଙ୍କା ଉଠାଣ ପାଇଁ ଜମାକାରୀଙ୍କ ଲମ୍ବା ଲାଇନ୍, ନିରପେକ୍ଷ ତଦନ୍ତ ଦାଵି କଲା ବିଜେପି

କଟକ ସଦର, ୨୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଜିଲ୍ଲା ତଥା ରାଜ୍ୟରେ ଅଗ୍ରଣୀ ବ୍ୟାଙ୍କ୍ ର ମାନ୍ୟତା ପାଇ ସୁନାମ ଅର୍ଜନ କରିଥିବା କୃଷିଭିତ୍ତିକ କନ୍ଦରପୁର ମିନି ବ୍ୟାଙ୍କ୍ ଏଵେ ଅର୍ଥ ହଡପ ମାମଲାରେ ଛନ୍ଦି ହୋଇ ତାର ପୂର୍ବ ଐତିହ୍ୟ ହରାଇ ବସିଛି। ଦିନକୁ ଦିନ କ୍ଷତିଗ୍ରସ୍ତ ଜମାକାରୀ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ହଡପ ଅର୍ଥ ଏକ କୋଟି କୁ ଛୁଇଁଵା ସମ୍ଭାବନା ସୃଷ୍ଟି ହୋଇଛି।ଏପରି ସ୍ଥଳେ କ୍ଷତିଗ୍ରସ୍ତ ଜମାକାରୀ ମାନେ ମୁଣ୍ଡରେ ହାତ ଦେଇ ବସିଥିବା ଵେଳେ ବ୍ୟାଙ୍କ୍ ଉପରୁ ଭରସା ଓ ଵିଶ୍ୱ।ସ ହରାଇ ଅନ୍ୟ ଜମାକାରୀ ମାନେ ଟଙ୍କା ଉଠାଇ ନେବାକୁ ପ୍ରତିଦିନ ଵ୍ୟାଙ୍କ୍ ରେ ଭିଡ କରୁଥିବା ପରିଲକ୍ଷିତ ହେଉଛି। ଏଥିପାଇଁ ବ୍ୟାଙ୍କରେ ଅଚଳାବସ୍ଥା ଦେଖାଦେଵା ସହ ଦେବାଳିଆ ହେଵା ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଦୀର୍ଘ ବର୍ଷ ହେଲା ଅର୍ଥ ହଡପରେ ସଂପୃକ୍ତ ଥିଵା କ୍ୟାସିୟର ନାଁ ରେ ଥାନାରେ ଅଭିଯୋଗ ସହ ସମଵାୟ ଵିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ହେଲେ ଏଥିରେ ଅନ୍ୟ କର୍ମଚାରୀ ମାନଙ୍କ ସଂପୃକ୍ତି କୁ ସହଜରେ ଏଡାଇ ଦେଇ ହେଵ ନାହିଁ ଵୋଲି ମତ ପ୍ରକାଶ ପାଉଛି।ଏଥିସହ ସ୍ଥାୟୀ ମିଆଦ ଜମା( ଫିକ୍ସ୍ ଡିପୋଜିଟ୍)ରେ ଜମାକାରୀଙ୍କ ଅଗୋଚରରେ ଜାଲିଆତି କରାଯାଇ ଋଣ ଅର୍ଥ ଉଠାଯାଇଥିବା ମଧ୍ୟ ଅଭିଯୋଗ ଶୁଣାଯାଉଛି। ବର୍ଷ ଵର୍ଷ ଧରି ଏଭଳି ଘଟଣା ଘଟିଚାଲିଥିଵା ଵେଳେ ଅଡିଟରଙ୍କ ଅଡିଟ୍ ଉପରେ ମଧ୍ୟ ସନ୍ଦେହ ଘନିଭୂତ ହେବାରେ ଲାଗିଛି।ଏହାର ନିରପେକ୍ଷ ତଦନ୍ତ କରି ସଂପୃକ୍ତ କର୍ମଚାରୀ ଙ୍କ ନାରେ ଫୈ।ଜଦାରୀ ମାମଲା ରୁଜ୍ଜୁ କରିଵା ସହ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇ ଵାର ବ୍ୟବସ୍ଥା କରିବାକୁ ଓଡିଶା ନିବନ୍ଧକ ସମବାୟ ସମୁହଙ୍କୁ ଆଜି ଗୁରୁବାର ଭେଟି ସଦର ଵିଜେପି ନେତା ଦିଲ୍ଲିପ ମଲ୍ଲିକ ଙ୍କ ନେତୃତ୍ବରେ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ହୃଷିକେଶ ଜେନା,କଟକ ଜିଲ୍ଲା ଉପ ସଭାପତି ଗୋକୁଳ ପ୍ରଧାନ,କନ୍ଦରପୁର ମଣ୍ଡଳ ସଭାପତି ଅଭୟ ସ୍ୱ।ଇଁ ପ୍ରମୁଖ ଦାଵି କରିଛନ୍ତି। ସୂଚନାଯୋଗ୍ୟ ଯେ ଘୋଟାଲାର ନିରପେକ୍ଷ ତଦନ୍ତ ପାଇଁ ଗତ କାଲି ବିଜେଡ଼ି ମଧ୍ୟ ଭିଜିଲାନ୍ସ ତଦନ୍ତ ଦାଵି କରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *