Friday , August 19 2022
Breaking News
Home / ବିଶେଷ / ବ୍ରଜରାଜନଗର ଟ୍ରିପଲ୍ ମର୍ଡର ଘଟଣାର ନୂଆ ମୋଡ଼ – କୂଅ ରୁ ମିଳିଲା ନିଖୋଜ ସ୍ୱାମୀ ଙ୍କ ମୃତ ଦେହ

ବ୍ରଜରାଜନଗର ଟ୍ରିପଲ୍ ମର୍ଡର ଘଟଣାର ନୂଆ ମୋଡ଼ – କୂଅ ରୁ ମିଳିଲା ନିଖୋଜ ସ୍ୱାମୀ ଙ୍କ ମୃତ ଦେହ

ବ୍ରଜରାଜନଗର ୨୩/୦୯/୨୦୨୧(ଓଡ଼ିଶା ସମାଚାର)- ବ୍ରଜରାଜନଗର ଟ୍ରିପଲ୍ ମର୍ଡର ଘଟଣାର ନୂଆ ମୋଡ଼ । ବୁଧବାର ଦିନ ସକାଳ ସମୟରେ ବ୍ରଜରାଜନଗରର ଏକ ଘର ଭିତରୁ ମା ଓ ୨ ଶିଶୁଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ମହିଳାଙ୍କ ସ୍ୱାମୀ ଫେରାର ଥିବା ଜଣାପଡ଼ିଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରିଥିଲେ ସ୍ୱାମୀଙ୍କର କୌଣସି ପତ୍ତା ମିଳିନଥିଲା । ସ୍ୱାମୀ ଫେରାର ଥିବାରୁ ପାରିବାରିକ କଳହରୁ ସ୍ୱାମୀ ହୁଏତ ମା ଓ ଦୁଇ ଶିଶୁ ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଅନୁମାନ କରାଯାଉଥିଲା । ହେଲେ ଆଜି ସମସ୍ତ କଳ୍ପନା ଜଳ୍ପନା ବଦଳି ଯାଇଛି । ଘଟଣା ନୂଆ ମୋଡ଼ ନେଇଛି । ଆଜି ସକାଳ ସମୟରେ ଘର ନିକଟ ଏକ କୂଅରେ ଫେରାର ଥିବର କୁହାଯାଉଥିବା ସ୍ୱାମୀ ନାରାୟଣ ପୋଦାର ଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା । ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଛଛି । ଚାରିଗୋଟି ମୃତ ଦେହ ର ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍ ର ରିପୋର୍ଟ ମିଳିଲେ ଘଟଣା ଉପରୁ ପରଦା ଉଠିବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.