ନିଶ୍ଚିନ୍ତକୋଇଲି, ୨୩/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ମହିଳା ଓ ତାଙ୍କ ଝିଅକୁ ବାଡେଇଲେ ଲୋକେ , ଆଉ ଦର୍ଶକ ସାଜିଲେ ଦେଖଣାହାରୀ। ପାରିବାରିକ କଳହ ରୁ ଆଇନି କୁ ହାତକୁ ନେଲେ କିଛି ଗାଁ ଲୋକେ।ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବାନ୍ଧି ରଖିବା ପରେ ଉଦ୍ଧାର କରିଥିଲା ପୋଲିସ। ୧୧ ଜଣ ଅଭିଯୁକ୍ତ ଙ୍କ ନାଁ ରେ ଖାଲି ମାମଲା କରି ଛାଡ଼ି ଦେଲା ପୋଲିସ।
ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ଓରତି ଗାଁ ରେ। ଏହି ଗାଁ ର ମିନତୀ ଖୁଣ୍ଟିଆ ଓ ୨୪ ବର୍ଷ ର ଝିଅ ଉର୍ମିଳା ଖୁଣ୍ଟିଆ ଙ୍କୁ ଗାଁ ଦାଣ୍ଡ ରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟ ରେ ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବାନ୍ଧି ଦେବା ସହ ଉଭୟଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ଗତ ୮ ତାରିଖ ରେ ନେମାଳ ଥାନା ରେ ହୋଇଥିଲା।
ନେମାଳ ପୋଲିସ୧୨୪/୨୦୨୧ ରେ କେଶ୍ ରୁଜୁ କରି ୩୪୧, ୨୪୯, ୩୨୩, ୩୫୪, ୩୨୫, ୫୦୬ ଓ ୩୪ ଆଇପିସି ଧାରା ଲଗାଇ ୪୧ ରେ ୧୧ ଜଣ ଅଭିଯୁକ୍ତ ଙ୍କୁ ନେମାଳ ପୋଲିସ ଜାମିନ ରେ ଛାଡିଦେଲା। ଅଭିଯୁକ୍ତ ମାନେ ଜାମିନ ରେ ଆସି ଖୁଲମଖୁଲା ମା’- ଝିଅ ଙ୍କୁ ଗାଳିଗୁଲଜ କରୁଥିବା ରୁ ପୁନଃ ନରେନ୍ଦ୍ରପୁର ଫାଣ୍ଡି ରେ ପିଡିତା ମହିଳା ମିନତୀ ଅଭିଯୋଗ କରିଛନ୍ତି। ଏ ବାବଦରେ ସଂପୃକ୍ତ ଥାନା ଓ ଫାଣ୍ଡି ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।ଏହି ସମ୍ବେଦନଶିଳ ଘଟଣା ଟି ଏଠାରେ ଚର୍ଚ୍ଚା ର ବିଷୟ ହୋଇଛି । ଓଡ଼ିଶା ସମାଚାର