Monday , September 25 2023
Breaking News
Home / ବିଶେଷ / ନଡ଼ିଆବରାଇ ସୋସାଇଟି ସମ୍ପାଦକ ଙ୍କ ଅକାଳ ବିୟୋଗ

ନଡ଼ିଆବରାଇ ସୋସାଇଟି ସମ୍ପାଦକ ଙ୍କ ଅକାଳ ବିୟୋଗ

ଗରଦପୁର, ୨୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇ ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ଧିରେନ୍ ମହାନ୍ତି (୫୬) ଙ୍କର ହୃଦଘାତରେ ପରଲୋକ ହୋଇ ଯାଇଛି । ପୂର୍ବରୁ ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପାଟକୁରା ଓ ପରେ କଟକ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କର ୨ ପୁଅ ଅଛନ୍ତି । ଆଜି ଗାଁ ସ୍ମଶାନରେ ତାଙ୍କ ଶବ ସତକାର କରାଯାଇଛି । ବଡ଼ ପୁଅ ସୌମ୍ୟରଂଜନ ମୁଖାଗ୍ନୀ ଦେଇଥିଲେ । ତାଙ୍କ ପରଲୋକ ଖବର ପାଇ ନଡ଼ିଆବରାଇ ରେ ଶୋକ ପ୍ରକାଶ ପାଇଥିଲା । ତାଙ୍କ ଶବ ସତକାର ସମୟରେ କେନ୍ଦ୍ରାପଡ଼ା ସହକାରୀ ସମବାୟ ନିବନ୍ଧକ , କୋରୁଆସ୍ଥିତ କେନ୍ଦ୍ର ସମବାୟ ଶାଖା ପରିଚାଳକ , ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଙ୍କ ସମେତ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ , ଗ୍ରାମବାସୀ ଓ ସୋସାଇଟି ଅଧିନରେ ଥିବା ବିଭିନ୍ନ ଗ୍ରାମର ବହୁ କୃଷକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *