Saturday , December 4 2021
Home / ବିଶେଷ / ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୨୩/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରୁବାର ଦେବରାଜ ଦଳେଇ ନାମକ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସଦର ଥାନାରେ ଆହୁତ ଏକ ପତ୍ରକାର ସମ୍ମିଳନୀରେ କହିଥିଲେ ଯେ ଗତ ୨୦୨୦ମସିହା ଅକ୍ଟୋବରମାସ ୫ତାରିଖରେ ଅଭିଯୁକ୍ତ ଦେବରାଜ ଏକ ନାବାଳିକାକୁ ଘରେ କେହି ନଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ସମ୍ପର୍କରେ ସଂପୃକ୍ତ ନାବାଳିକା ଜଣଙ୍କ ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ସଦର ଥାନା ପୋଲିସ ୨୪୦/୨୦୨୦ରେ ଆଇ.ପି.ସି.ର ୩୭୬(୨)(ଏଫ)(ଆଇ),୩୫୪,୫୦୬ ଓ ୬ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ସଂପୃକ୍ତ ଅଭିଯୁକ୍ତ ଦେବରାଜ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରାଯାଇପାରିନଥିଲା । ଏସପିଙ୍କ ନିର୍ଦେଶରେ ଏହି ମାମଲାର ତଦନ୍ତକାରୀ ଅଧିକାରିଣୀ ଇନସପେକ୍ଟର ସଶ୍ମିତା ବେହେରା ଅଭିଯୁକ୍ତ ଦେବରାଜକୁ କଟକରୁ ଗିରଫ କରି ସଦର ଥାନା ପୋଲିସକୁ ହସ୍ତାନ୍ତର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଥିଲେ କେନ୍ଦ୍ରାପଡା ଏସଡିପିଓ ଶ୍ରୀ ପଣ୍ଡା । କିନ୍ତୁ ଏହି ଘଟଣା ଘଟିଥିବା ଅଂଚଳର ପଡୋଶୀମାନଙ୍କ ଠାରୁ ସୂଚନା ମିଳିଛି ଯେ ସଂପୃକ୍ତ ପିଡିତା ନାବାଳିକାଙ୍କ ମାମୁଁ ଏକ ପୂର୍ବ ବିବାଦକୁ ନେଇ ନାବାଳିକାଙ୍କ ବାପାଙ୍କ ବିରୁଦ୍ଧରେ ଏଭଳି ସଂଗୀନ ଅଭିଯୋଗ କରିବାକୁ ସଂପୃକ୍ତ ନାବାଳିକାଙ୍କୁ ଉସକାଇ ଥିଲେ । ଫଳରେ ନାବାଳିକା ଜଣଙ୍କ ଏଭଳି ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣଙ୍କ ନାବାଳିକାର ପିତା । ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ପବିତ୍ର ମହାରଣା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *