Tuesday , October 19 2021
Breaking News
Home / ଶିକ୍ଷା / ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ କମିଟି ବୈଠକ ଅନୁଷ୍ଠିତ

ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ କମିଟି ବୈଠକ ଅନୁଷ୍ଠିତ

ଗରଦପୁର,୨୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କମିଟିର ଅଧ୍ୟକ୍ଷ ଡ଼ ଅମରେନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଆସନ୍ତା ନଭେମ୍ବର ୧୪ ତାରିଖରେ ବିଦ୍ୟାଳୟ କୁ ମଡ଼େଲ ସ୍କୁଲ ଭାବେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଦାସ ସୂଚନା ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପରିସର ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା କମିଟିର ସଦସ୍ୟମାନେ ବୁଲି ଦେଖିଥିଲେ । ବିଦ୍ୟାଳୟର ତିନୋଟି ସ୍ମାର୍ଟ ଶ୍ରେଣୀଗୃହ, ଗୋଟିଏ ବିଜ୍ଞାନାଗାର ଓ ଗୋଟିଏ ଇ-ଲାଇବ୍ରେରୀ କାର୍ଯ୍ୟ ଶେଷ ହୋଇଛି । ବିଦ୍ୟାଳୟ ପରିସରରେ ଏକ ସାଇନ୍ସ ପାର୍କ ହେବାକୁ ବାକି ରହିଛି ।
ବୈଠକରେ ବିଦ୍ୟାଳୟର ସମ୍ମୁଖ ଫାଟକର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଆଲୋଚନା କରାଯାଇ ଲୁହା ଗେଟ କୁ ବଦଳାଇ ଷ୍ଟିଲ ଗେଟ , ଷ୍ଟିଲ କିମ୍ବା କପର ର ବଡ଼ ବଡ଼ ଅକ୍ଷରରେ ବିଦ୍ୟାଳୟ ନାମ ଲେଖାଯିବା,ଗେଟ୍ ରେ କଫି କଲର ର ଗ୍ରାନାଇଟ ଲଗାଇବା ଆଦି ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ କମିଟିର ସଦସ୍ୟ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ରବିନ୍ଦ୍ରନାଥ ମହାନ୍ତି, ସରପଂଚ ମଳୟାବାସିନୀ ମହାନ୍ତି, କୈଳାଶ ଚନ୍ଦ୍ର ସ୍ୱାଇଁ, ନୃସିଂହ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନାଦି ଚରଣ ସାହୁ ସଭା କାର୍ଯ୍ୟରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *