Saturday , May 28 2022
Breaking News
Home / ସ୍ୱାସ୍ଥ୍ୟ / କଟକ ଵଡ ମେଡିକାଲରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ଙ୍କ ମୃତ୍ୟୁ, ସମସ୍ତ ୪ କୁ ୪ ଗୋଟିକ ପରେ ଗୋଟିଏ ଆଖି ବୁଜିଲେ

କଟକ ଵଡ ମେଡିକାଲରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ଙ୍କ ମୃତ୍ୟୁ, ସମସ୍ତ ୪ କୁ ୪ ଗୋଟିକ ପରେ ଗୋଟିଏ ଆଖି ବୁଜିଲେ

କଟକ ସଦର, ୨୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ବିଶ୍ୱସ୍ତରୀୟ ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ କଟକ ଏସ୍ ସି ଵି ଅଗ୍ରସର ହୋଇ ପୂର୍ବ ଭାରତରେ ପ୍ରଥମ ଇକମୋ ଚିକିତ୍ସା ପାଇଁ ୟୁନିଟ ଖୋଲିଥିବା ଵେଳେ ଉଦ୍ଘାଟନ ଦିନରୁ ଚିକିତ୍ସାଧୀନ ଥିଵା ୪ କୁ ୪ ଚିକିତ୍ସାଧିନ ରୋଗୀଙ୍କର ଜଣକ ପରେ ଜଣଙ୍କ ମୃତ୍ୟୁ କୁ ନେଇ ଉଦବେଗ ପ୍ରକାଶ ପାଇଛି। ପ୍ରକାଶ ଯେ ପୂର୍ବରୁ ପଟାମୁଣ୍ଡାଇର ଅଞ୍ଚଳର ଜନୈକ ରୋଗୀଙ୍କର ମୃତ୍ୟୁ ପରେ ବଲାଙ୍ଗୀର ର ଜଣେ ମହିଳା ଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଭୂଵନେଶ୍ୱର ଅଞ୍ଚଳର ଜନୈକ  ସ୍ୱ।ସ୍ଥ୍ୟ ଵିଭାଗ ଅଧିକାରୀ ଙ୍କ ମୃତ୍ୟୁ ହୋଇଥିଲା।ଆଜି ଚତୁର୍ଥ ତଥା ଶେଷ ରୋଗୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକା ମହିଳାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଇକମୋ ସପୋର୍ଟ ରେ ଥିଵା ସମସ୍ତ ଚାରି ଜଣ ଚିକିତ୍ସାଧିନଙ୍କ ମଧ୍ୟ ରୁ ଦୁଇ ମହିଳା ଓ ଦୁଇ ପୁରୁଷ ରୋଗୀ ଥିବା ଜଣାପଡିଛି।ହେଲେ ରାଜ୍ୟରେ ଇକମୋ ଚିକିତ୍ସା କେତେ ସଫଳ ଓ କେତେ ଵିଫଳ ସମୟ ହିଁ କହିଵ।  ଓଡ଼ିଶା ସମାଚାର

About admin

Check Also

ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *