Tuesday , May 30 2023
Breaking News
Home / ବିଶେଷ / “ସ୍ନେହ’ ଦ୍ୱାରା ଆନ୍ତର୍ଜାତୀୟ ଶାନ୍ତି ଦିବସରେ ବସ୍ତିରେ ଶିଶୁ ପାଠାଗାର ଉଦଘାଟନ

“ସ୍ନେହ’ ଦ୍ୱାରା ଆନ୍ତର୍ଜାତୀୟ ଶାନ୍ତି ଦିବସରେ ବସ୍ତିରେ ଶିଶୁ ପାଠାଗାର ଉଦଘାଟନ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲଥ୍ (ସ୍ନେହ) ଆନୁକୁଲ୍ୟରେ ଗତ ୨୧ ତାରିଖ ଅପରାହ୍ନରେ ସ୍ଥାନୀୟ ସାଲିଆ ସାହି ସ୍ଥିତ ମେ ଫେୟାର ବସ୍ତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମେନୋନାଇଟ୍ ସେଂଟ୍ରାଲ କମିଟି, କୋଲକାତାର ବରିଷ୍ଠ କର୍ମକର୍ତା କୁମାରୀ ମଞ୍ଜୁଳା ପଟ୍ଟନାୟକ ଏହି ଶାନ୍ତି ଦିବସକୁ ପାଳନ କରିବାର ମହତ୍ ଉଦ୍ଧେଶ୍ୟ ଉପରେ ଆଲୋକପାତ କରି ସେ ସମବେତ ବସ୍ତିବାସିନ୍ଦାଙ୍କୁ ହିଂସା ପରିହାର କରି ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ନେହ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ବସ୍ତି ପିଲାମାନଙ୍କ  ପାଇଁ ଏକ ଶିଶୁ ପାଠାଗାର ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ‘ସ୍ନେହ’ର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ପୌରହିତ୍ୟ କରିଥିଲେ । ପ୍ରାରମ୍ଭରେ ‘ସ୍ନେହ’ର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ୨୦୦୯ ମସିହାରୁ ଭୁବନେଶ୍ୱରରେ ସ୍ନେହ ଦ୍ୱାରା ପ୍ରତିଷ୍ଠିତ ଶାନ୍ତି ଓ ଅହିଂସା କେନ୍ଦ୍ର ‘ସମ୍ପ୍ରିତୀ’ରେ ଶାନ୍ତି ପ୍ରତିଷ୍ଠା ଏବଂ ଦ୍ୱନ୍ଦ ପରିଚାଳନା ଉପରେ ବିଭିନ୍ନ ତାଲିମ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ୨୦୦୯ ମସିହା ଆଜିର ଦିନରେ ଏହି କେନ୍ଦ୍ର ସ୍ଥାପିତ ହୋଇଥିଲା । ୨୦୦୮ ମସିହାର କନ୍ଧମାଳ ଦଙ୍ଗା ପରଠାରୁ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସାମାଜିକ କର୍ମୀ ମାନଙ୍କ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଉଭୟ ଭୁବନେଶ୍ୱର ଏବଂ କନ୍ଧମାଳ ଜିଲ୍ଲାରେ ‘ସ୍ନେହ’ ଅନୁଷ୍ଠାନ କରି ଆସୁଅଛି ।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଶାନ୍ତ ପ୍ରଧାନ ଏବଂ ସ୍ନେହର କର୍ମକର୍ତାମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.