କେନ୍ଦ୍ରାପଡ଼ା, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଖ୍ୟାତନାମା ସମାଜସେବୀ ତଥା ବରିଷ୍ଠ ରାଜନୀତିଜ୍ଞ ସ୍ୱର୍ଗତ ଅଜୟ କୁମାର ଦାଶଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଖମାରକେଶପୁରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ କେନ୍ଦ୍ରାପଡା ବିଦାୟକ କିଶୋର ଚନ୍ଦ୍ର ତରାଇ, ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ପ୍ରଦୀପ୍ତ ମହାନ୍ତି, କପାଳେଶ୍ୱର ପାୟତ ସରପ ଗାୟତ୍ରୀ ମହାନ୍ତି, ବରିଷ୍ଠ ସ୍ତମ୍ବକାର ଶ୍ରୀରାମ ଦାଶ, ବିଶ୍ୱହିନ୍ଦୁ ପରିଷଦ ସଭାପତି ବାନାମ୍ବର ସାହୁ, ଗୋପିନାଥ ତ୍ରିପାଠୀ, ମନୋଜ ଶତପଥୀ, ଆଇନଜୀବୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବି ସାମଲ, ଜ୍ଞାନରଞ୍ଜନ ମହାନ୍ତି, ତ୍ରିଲୋଚନ ଦାସ, ଗଙ୍ଗାଦର ପାତ୍ର, ବାବାଜି ଚରଣ ସାମଲ, ଗୋବିନ୍ଦ ଚନ୍ଦ୍ର କର, ଭାଷ୍କର ଦାଶ, ଭାଗୀରଥି ଜେନା, ବିପିନ ବିହାରୀ ମହାପାତ୍ର, ଗଇନ ମଳିକ, ଶୈଳେନ୍ଦ୍ର କୁମାର ସ୍ୱାଇଁ, ଅଭିମନୁ୍ୟ ଗୋଛାୟତ, ଅମ୍ବିକା ପରିଡା, ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରିବା ସହ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ତାଙ୍କପୁତ୍ର ଅକ୍ଷୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
