Wednesday , October 27 2021
Breaking News
Home / ବିଶେଷ / ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

ଜଗତସିଂହପୁର, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ ଏବଂ ବିଭିନ୍ନ ଯୋଜନା ସମ୍ବନ୍ଧରେ ଏକ ସଚେତନତା ଶିବିର  ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ,ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଅଛି । ଏହି ଶିବିରରେ ଯୋଗଦେଇ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ କହିଲେ ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ପ୍ରବଣ ଜିଲ୍ଲା । ଏହି ଜିଲ୍ଲାରେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ  କିଭଳି ଭାବରେ ସରକାର ପ୍ରଦତ ସୁବିଧା ସୁଯୋଗ ମିଳୁଛି ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ସରକାରଙ୍କ ବିଭିନ୍ନ ଭତା ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ ସହଜସାଧ୍ୟ ଉପଲବ୍ଧ ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟ ସର୍ବ ସାଧାରଣ ସ୍ଥାନରେ ସହଜସାଧ୍ୟ  ପ୍ରବେଶ ପାଇଁ ପ୍ରୟାସ କରାଯାଇଛି । ଭିନ୍ନକ୍ଷମମାନଙ୍କ ଡୋର ଷ୍ଟେପ୍ରେ ସୁବିଧା ସୁଯୋଗ ପହଚାଂଇବା ପାଇଁ ଜିଲ୍ଲା ପ୍ରଶାସନ ତପôର ଅଛନ୍ତି । ସବୁଠାରୁ ବଡକଥା ହେଉଛି ଭିନ୍ନକ୍ଷମ କାହାଠାରୁ କମ୍ ନୁହଁନ୍ତି । ସେମାନେ ମଧ୍ୟ ଏ ସମାଜରେ ସାଧାରଣ ଲୋକଙ୍କ ଭଳି ବଂଚିବାର ଅଧିକାର ଅଛି । ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି । ଅଲମ୍ପିକ୍ ରେ ଗୋଲଡ୍ ଆଣିଛନ୍ତି । ଆମେ ସମସ୍ତେ ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ ଟିକେ ଟିକେ ସାହାଯ୍ୟ ସହଯୋଗ କରିବା,ତାହେଲେ ସେମାନେ ଆଗକୁ ଆସିପାରିବେ । ଏ ପ୍ରୟାସ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ଜାରି ରହିଛି ।

 ଏହି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲ୍ା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହରେ ଥରେ ମେଡିକାଲ ବୋର୍ଡ ବସୁଛି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ।  ଜିଲ୍ଲାପାଳ ନିଜେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ପେନସନ୍,ସ୍କଲାରସିପ୍,ରେସନ୍ କାର୍ଡ,ଭତା ସଂପର୍କରେ ପ୍ରତି ସପ୍ତାହରେ ସମୀକ୍ଷା କରନ୍ତି । ଏସିଡ୍ ଭିକଟିମ୍ ପ୍ରମୋଦିନୀ ରାଉଳଙ୍କୁ ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ତାଙ୍କୁ ମାଡ୍ରାସ୍ ଯିବା ଆସିବା ପାଇଁ ତାଙ୍କର ଯାତାୟତ ଖର୍ଚ୍ଚ, ରହିବା ଖର୍ଚ୍ଚ ପ୍ରଦାନ  କରାଯାଇଛି । ଜିଲ୍ଲାରେ ୨୦୨୧-୨୨ ବର୍ଷରେ ୧୩୭୧ ଜଣଙ୍କୁ ଇନ୍ଦିରାଗାନ୍ଧୀ ଜାତୀୟ ଭତା ପ୍ରଦାନ କରାଯାଇଛି । ସେହିଭଳି ୪୦,୬୫୩ ଜଣଙ୍କୁ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତା,୧୦,୯୨୯ ଜଣଙ୍କୁ ବିଧବା ଭତା ପ୍ରଦାନ କରାଯାଇଥିବା ବେଳେ ମଧୁବାବୁ ପେନସନ୍ ଯୋଜନାରେ ୭୫,୯୯୬ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଜାତୀୟ ଫାମିଲି ବେନିଫିଟ୍ ସ୍କିମ୍ରେ ୯୧ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୩୯ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ କରାଯାଇଛି । ୪୯ ଜଣ ଭିନ୍ନକ୍ଷମ  ଓ ସାଧାରଣ ଦମ୍ପତିଙ୍କୁ ୫୦,୦୦୦ ଲେଖା ବିବାହ ପ୍ରୋସôାହନ ସହାୟତା ରାଶି ପ୍ରଦାନ  କରାଯାଇଛି । ବର୍ତମାନ ଏହି ପ୍ରୋତ୍ସାହନ ରାଶି ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି । ୧୩ ଜଣ  ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ ହଜାର  ଲେଖା ରିଭଲ ଭିଙ୍ଗ୍ ଫଣ୍ଡ ପ୍ରଦାନ କରାଯାଇଛି । ଜିଲ୍ଲାରେ ୬୧ଜଣ ଭିକ୍ଷୁକ ଓ ୧୧୯ ଜଣ କୁଷ୍ଠରୋଗୀଙ୍କୁ ଚିହ୍ମଟ କରାଯାଇ ସହାୟତା ରାଶି ଓ ଲେପ୍ରସି କିଟ୍ ଯୋଗାଇ ଦିଆଯାଇଛି । କୋଭିଡ୍ ସମୟରେ ସୁସ୍ଥ ହୋଇଥିବା  କୁଷ୍ଠ ରୋଗୀଙ୍କୁ ପାରାଦ୍ୱୀପରେ କିଟ୍ ପ୍ରଦାନ  କରାଯାଇଛି । ଜିଲ୍ଲାରେ ୩୭ ଜଣ କିନ୍ନର ଚିହ୍ନଟ କରାଯାଇ ୯ଜଣଙ୍କୁ ପେନ୍ସନ୍ ,୧୨ଜଣଙ୍କୁ  ଖାଦ୍ୟ ସୁରକ୍ଷା ଯୋଜନାରେ ଓ ୬ଜଣଙ୍କୁ ଆତ୍ମ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଛି । ସମସ୍ତଙ୍କୁ କୋଭିଡ୍ ଟୀକାକରଣ କରାଯାଇଛି । ୬୮୧ ଜଣଙ୍କୁ ବାଣୀଶ୍ରୀ ସ୍କଲାରସିପ୍  ସହିତ ୬୭୪ ଜଣଙ୍କୁ କୋଭିଡ୍ କିଟ୍ ପ୍ରଦାନ କରାଯାଇଛି । ୨୦୨୦-୨୧ ବର୍ଷରେ ୧୮ ଜଣଙ୍କୁ ଟ୍ରାଇ ସାଇକେଲ,୧୩ ଜଣଙ୍କୁ ଆଶାବାଡୀ,୫ଜଣଙ୍କୁ ଓାକିଙ୍ଗ ଷ୍ଟିକ୍ ,୨ଜଣଙ୍କୁ ହ୍ୱାଇଟ୍ କେନ୍ ଓ ୧୭ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ଦୃଷ୍ଟି ବାଧିତ ୪ଜଣ ଭିନ୍ନକ୍ଷମଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଲାପ୍ଟପ୍ ପ୍ରଦାନ କରାଯାଇଛି । ଏହି ଶିବିରରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ କହିଲେ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ବିଚାରାଧୀନ ପେନ୍ସନ୍ ଫଇସଲା  କରାଯିବ । ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ସି.ଡି.ଏମ୍.ଓ ଡା. ବିଜୟା ପଣ୍ଡା, ଜିଲ୍ଲାସ୍ତରୀୟ ଅଧିକାରୀ,ସ୍ୱେଛାସେବୀ ସଂଗଠନର କର୍ମକର୍ତା,ଭିନ୍ନକ୍ଷମ ଯୁବକ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ । ମାନନୀୟା ଆୟୁକ୍ତ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ପରିଚୟ ପତ୍ର,ଦୃଷ୍ଟି ବାଧିତଙ୍କୁ ଆଶାବାଡୀ,ବୃଦ୍ଧବୃଦ୍ଧା ମାନଙ୍କୁ ଭତା ପ୍ରଦାନ କରିଥିଲେ । ଅପରାହ୍ନରେ ଅଧ୍ୟକ୍ଷା ଆଶ୍ରା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଶେଷରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *