Tuesday , May 30 2023
Breaking News
Home / ତାଜା ଖବର / ବ୍ରଜରାଜନଗରରେ ଟ୍ରିପଲ ମର୍ଡ଼ର

ବ୍ରଜରାଜନଗରରେ ଟ୍ରିପଲ ମର୍ଡ଼ର

ବ୍ରଜରାଜନଗର ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ବ୍ରଜରାଜନଗରରେ ଟ୍ରିପଲ ମର୍ଡର । ମାଆ ସହ ୨ଶିଶୁଙ୍କ ହତ୍ୟା କରାଯାଇଛି । ମୃତକଙ୍କ ସ୍ୱାମୀ ଫେରାର୍ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ଏଭଳି ଘଟଣା ଘଟିଛି ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକ ପଡ଼ାରେ । ପ୍ରତିଦିନ ପରି ଆଜି ସକାଳେ କ୍ଷୀର ବାଲା କ୍ଷୀର ଦେବାକୁ ଆସି ବହୁ ସମୟ ଧରି ଡାକିବା ପରେ ମଧ୍ୟ ସେ କୌଣସି ଉତ୍ତର ପାଇନଥିଲେ । ଶେଷରେ ଘରେ ୩ଜଣଙ୍କ ମୃତଦେହ ଦେଖି ପାଖ ପଡ଼ୋସି ଲୋକଙ୍କୁ କହିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହକୁ ଜବତ କରିଥିଲା । ମୃତକଙ୍କ ମଧ୍ୟରେ ମହିଳା ସୋନି ପ୍ରଧାନ ଓ ତାଙ୍କର ଗୋଟିଏ ୫ବର୍ଷର ଝିଅ ଓ ଆଉ ଗୋଟିଏ ୩ ବର୍ଷର ପୁଅ ରହିଛନ୍ତି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ମୃତ ମହିଳାଙ୍କ ସ୍ୱାମୀ ଫେରାର ଥିବାରୁ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.