Saturday , October 16 2021
Breaking News
Home / ବିଶେଷ /     ବେଆଇନ ବନ୍ଧୁକ କାରଖାନା ଠାବ – ବନ୍ଧୁକ,ଗୁଳି, ବନ୍ଧୁକ ତିଆରି ସରଂଜାମ ଜବତ – ୩ ଗିରଫ

    ବେଆଇନ ବନ୍ଧୁକ କାରଖାନା ଠାବ – ବନ୍ଧୁକ,ଗୁଳି, ବନ୍ଧୁକ ତିଆରି ସରଂଜାମ ଜବତ – ୩ ଗିରଫ

ଗୁଣୁପୁର,୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଗୁଣୁପୁରରେ ପୋଲିସକୁ ବଡ ସଫଳତା ମିଳିଛି। ବନ୍ଧୁକ ତିଆରି କାରାଖାନା ଠାବ କରାଯାଇ   ବନ୍ଧୁକ , ବନ୍ଧୁକ ତିଆରି ସରଂଜାମ ଜବତ କରିବା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ପୋଲିସ ର ସୂଚନା ଅନୁସାରେ ଉକୁମ୍ୱା ଅଞ୍ଚଳରେ ରାସ୍ତା କାର୍ୟ୍ୟରେ ନିୟୋଜିତ ଦଶପଲା ଅଞ୍ଚଳର ଦେବ ଦୁର୍ଲଭ ମହାପାତ୍ର ଙ୍କ ଠାରୁ ପୋଲିସ ପ୍ରଥମେ ବନ୍ଧୁକ ପାଇଥିଲା । ପରେ ପୋଲିସ ତାଙ୍କ ଘରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି, ୫ଟି ଛୋଟ ଆଇରନ ଚିପ୍ସ, ଗୋଟିଏ ବଡ ଛୁରି ଜବତ କରିଥିଲା । ଦେବ ଦୁର୍ଲଭଙ୍କୁ ଗିରଫ କରି ଅଧିକା ପଚରାଉଚରା କରିବା ପରେ ପୋଲିସ ବନ୍ଧୁକ କାରଖାନାର ସନ୍ଧାନ ପାଇଥିଲା । ଗୁଣପୁର ପୋଲିସ ଚକାପାଦ ଅଞ୍ଚଳରେ ଥିବା ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହି ବିନ୍ଧାଣି ଙ୍କ ଘରେ ଚଢାଉ କରିଥିଲେ ।ଚଢାଉ ସମୟରେ ପୋଲିସ ସେଠାରେ ବନ୍ଧୁକ ତିଆରି ହେଉଥିବା ଏବଂ ଅନ୍ୟ ମାନଙ୍କୁ ବିକ୍ରୟ ହେଉଥିବା ଜାଣିବାକୁ ପାଇଥିଲା । ଶେଷରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ରାଇଫଲ,ଗୋଟିଏ ପିସ୍ତଲ ଏବଂ ରିଭଲଭର ସହ ବନ୍ଧୁକ ତିଆରି ସାମଗ୍ରୀ, ଯନ୍ତ୍ରପାତି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଦଶପଲା ଅଞ୍ଚଳର ଦେବଦୁର୍ଲଭ ମହାପାତ୍ର, କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହୀ ବିନ୍ଧାଣି ।ଅଭିଯୁକ୍ତ ମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଯଶବନ୍ତ ହିଆଲ ସୂଚନା ଦେଇଛନ୍ତି ।  ଆଇଆଇସି ହିଆଲଙ୍କ କହିବା ଅନୁଯାୟୀ  କୌଣସି ସୁତ୍ରରୁ ପୋଲିସ ଖବର ପାଇ ରାମନାଗୁଡା ବ୍ଲକ ଉକୁମ୍ୱା ଗ୍ରାମରେ ଚଢାଉ କରିଥିଲେ । ଦଶପଲା ଅଞ୍ଚଳର ଦେବ ଦୁଲଭ ଉକୁମ୍ୱା ଅଞ୍ଚଳରେ ଚାଲିଥିବା ରାସ୍ତା କାର୍ୟ୍ୟରେ ନିୟୋଜିତ ହୋଇଥିବା ଏକ ଜେସିବିରେ ଡ୍ରାଇଭର ଭାବେ କାର୍ୟ୍ୟ କରୁଥିଲେ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *