ତାରପୁର, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା କୃଷକ ସଂଗଠନ ଓ ସିରିଡ଼ିସାଇ ସେବା ପ୍ରତିଷ୍ଠାନ ମିଳିତ ସହଯୋଗରେ ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଗୋକଳପୁରସ୍ଥିତ ସାରଦା ସରକାରୀ ଉଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା,ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ଉପଦେଷ୍ଟା ବିନୋଦ ବିହାରୀ ମହାନ୍ତି, ପାର୍ଥସଖା ପାଲଟାସିଂ , ଶିକ୍ଷାବିତ ଅମୂଲ୍ୟ କୁମାର ଦାସ , ଶିକ୍ଷାବିତ ଅଜୟ କୁମାର ଦାସ, ଚନ୍ଦ୍ରଶେଖର ସିଂ, ଦୂର୍ଗାପ୍ରସାଦ ମହାନ୍ତି, ଟୁନ ସ୍ୱାଇଁ, ସ୍କୁଲ ର ପ୍ରଧାନ ଶିକ୍ଷକ ବିଶ୍ୱଜିତ ଓଝା ପ୍ରମୁ୍ଖ ଉପସ୍ଥିତ ରହି ପ୍ରତ୍ୟେକ ଗୋଟିଏ ଲେଖା ବୃକ୍ଷ ଲଗାଇବା ସହିତ ଆଗାମୀ ଭବିଷ୍ୟତ ପିଢ଼ୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ବାଡ଼ି ବଗିଚା ଓ ଅଦରକାରୀ ସାକରୀ ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ ସହିତ ତାହାର ଯତ୍ନ ନେବାକୁ ଉପସ୍ଥିତ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା : ସୁଜିତ କୁମାର ବେହେରା,ମୌସୁମୀ ରଥ,ଦିବାକର ମହାକୁଡ଼, ଗୀତାରାଣି ବିଶ୍ୱାଳ, ରଂଜିତା ବେହେରା, ସଂଯୁକ୍ତା ସିଂ , ରାଜକିଶୋର ସିଂ, ହରେକୃଷ୍ଣ ସାହୁ ପ୍ରମୁଖ ପ୍ରତ୍ୟେକ ଚାରା ରୋପଣ କରିବା ସହିତ ଏହାର ଯତ୍ନ ନେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ । ଓଡ଼ିଶା ସମାଚାର