Friday , September 29 2023
Breaking News
Home / ବିଶେଷ / ପୂର୍ବତନ ସରପଂଚ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଂଜଳି ସଭା 

ପୂର୍ବତନ ସରପଂଚ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଂଜଳି ସଭା 

ତାରପୁର, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ଦ୍ୱିଜବର ରାଉତଙ୍କର ବିୟୋଗରେ ଏକ ଶ୍ରଦ୍ଧାଂଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ରଘୁନାଥପୁର ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ପ୍ରତିମା ମଲିକ , ବ୍ଲକ୍ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା, ଜିଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ଦଇତାରି ଗୋଛାୟତ, ଜିଲା ଯୁବ ବିଜେଡ଼ି ସାଧାରଣ ସପାଦକ ଅନ୍ତର୍ଯ୍ୟମୀ ରାଉତ, ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତ ଙ୍କ କର୍ମମୟ ଜୀବନର ବିଭିନ୍ନ ଅନୁଭୂତି ବିଷୟରେ  ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଅନ୍ରମାନଙ୍କ ମଧ୍ୟରେ ପୁଅ ବିପିନ, ଝିଅ ସଂଯୁକ୍ତା,ମୀରା, ଦିପାଳୀ, ନାତି ପିୟୂଷ, ପ୍ରତ୍ୟୁଷ, ଜ୍ୱାଇଁ ଅରୁଣ,ପୂର୍ଣ୍ଣଚନ୍ଦ୍ର, ପ୍ରଦୀପ୍ତ ନାୟକ, ସୁବାସ ସ୍ୱାଇଁ, ଉତମ ପରିଡ଼ା,ବାମଦେବ ରାଉତ, ଶିକ୍ଷାବିତ ନାରାୟଣ ଚନ୍ଦ୍ର ରାଉତ, ଅଭିମନ୍ୟୁ ସାହୁ, ପ୍ରତାପ ରାଉତ , ଭଗବାନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବାବେଳେ ବନପୁଅ ଗଗନ ବିହାରୀ ରାଉତ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *