Friday , September 22 2023
Breaking News
Home / ବିଶେଷ / ଜଇପୁର ଓ ନୂଆପଡ଼ା ବାଲିଘାଟ ନିଲାମକୁ ନେଇ ପରିବେଶ ପ୍ରଦୁଷଣ ବୋର୍ଡ଼ ଜନ ଶୁଣାଣିକୁ ଛପଡ଼ା ପଂଚାୟତବାସୀଙ୍କ ତିବ୍ର ବିରୋଧ

ଜଇପୁର ଓ ନୂଆପଡ଼ା ବାଲିଘାଟ ନିଲାମକୁ ନେଇ ପରିବେଶ ପ୍ରଦୁଷଣ ବୋର୍ଡ଼ ଜନ ଶୁଣାଣିକୁ ଛପଡ଼ା ପଂଚାୟତବାସୀଙ୍କ ତିବ୍ର ବିରୋଧ

 ଜୀବନ ଦେବୁ , ବାଲି ଉତୋଳନ କରାଇ ଦେବୁନି – ଗ୍ରାମବାସୀ , ଜନ ଶୁଣାଣି କରିନପାରି ଫେରିଗଲେ ଅତିରିକ୍ତ ଜିଲାପାଳ ଓ ରଘୁନାଥପୁର ତହସିଲଦାର 

ରଘୁନାଥପୁର,୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଚଳିତ ଆର୍ଥିକ ବର୍ଷରେ ରଘୁନାଥପୁର ତହସିଲ ପକ୍ଷରୁ ଟେଣ୍ଡର ମାଧ୍ୟମରେ ନିଲାମ ହୋଇଥିବା ଜଇପୁର ଓ ନୂଆପଡ଼ା ବାଲିଘାଟ ପରିବେଶ ପ୍ରଦୁଷଣ ବୋର୍ଡ଼ ପକ୍ଷରୁ ଆଜି ଜଇପୁର ପୂର୍ତ ବଙ୍ଗଳା ପରିସରରେ ରଘୁନାଥପୁର ତହସିଲଦାରଙ୍କ ତତ୍ୱାବଧାନରେ ଜନ ଶୁଣାଣି ଶିବିର ହେବା ପାଇଁ ଟେନ୍ଟ ବନ୍ଧା ଯାଇ ସମସ୍ତ ଆନୁସାଙ୍ଗିକ ପ୍ରକ୍ରିୟା ସରିଥିଲେ ବି ଅତି ତରବରିଆ ଭାବରେ ହେବାକୁ ଥିବା ଏହି ଶିବିରକୁ ଛପଡ଼ା ପଂଚାୟତବାସୀଙ୍କ ତିବ୍ର  ବିରୋଧ, ବଙ୍ଗଳା ସମ୍ମୁଖରେ ଧାରଣା , ଉପସ୍ଥିତ ତହସିଲଦାରଙ୍କୁ ଘୋର ବିରୋଧ ଯୋଗୁ ଶିବିରକୁ ବାତିଲ କାଯାଇଛି । ଏପରିକି ଧାରଣାକାରୀଙ୍କ ଦାବି ଅନୁଯାୟୀ ଜଗତସିଂହପୁର ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଆମିନିଟି ସେଂଟର ପରିସରରେ ପଂଚାୟତବାସୀଙ୍କ ଠାରୁ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଆଜି ଅନୁଷ୍ଠିତ ହେବାକୁ ଥିବା ଶିବିରକୁ ବାତିଲ କରିଦେଇଛନ୍ତି । ଏବଂ ଏହାର ପରବର୍ତି କାର୍ଯ୍ୟକ୍ରମ କଣ ହେବ ଜଗତସିଂହପୁର ଜିଲାପାଳ ଗ୍ରହଣ କରିବେ ବୋଲି ଗଚ୍ଚମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ କି ୧୯୮୨ ମସିହା ଠାରୁ ଏହି ବାଲି ଘାଟକୁ ସ୍ଥାନୀୟ ଜଗନ୍ନାଥ ଶ୍ରମିକ ସଂଘର ସଦସ୍ୟମାନେ ଚଳାଇବା ସହିତ ଏହାଦ୍ୱାରା ୩୦୦ ପରିବାର ପ୍ରତିପୋଷଣ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ଜିଲା ବାହାରର ଜଣେ ବ୍ୟକ୍ତି ବହୁ ଉଚ ଦରରେ ଟେଣ୍ଡର ପ୍ରକି୍ରୟାରେ ଭାଗ ନେଇ ଏହାକୁ ହାତେଇବା ଫଳରେ ଏହା ଉପରେ ନିର୍ଭର କରୁଥିବା ୩୦୦ ପରିବାର ଅତ୍ୟନ୍ତ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି ।  ଏହାର ପ୍ରତିବାଦ କରି ଏହି ପରିବାରର ସଦସ୍ୟମାନେ ଦୀର୍ଘ ୧୩ ଦିନ ତହସିଲ ଅଫିସ ପରିସରରେ ଧାରଣାରେ ବସିବା ପରେ ଜଗତସିଂହପୁର ଜିଲାପାଳ ଏମାନଙ୍କ ଦୁଃଖ ବୁଝିବେ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ହଠାତ ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଂଚ ଙ୍କୁ ତାଙ୍କ ଚିଠି ମାଧ୍ୟମରେ ଜନ ଶୁଣାଣିରେ ଉପସ୍ଥିତ ହେବା ପାଇଁ ଖବର ଯିବା ପରେ ଏହି ଖବର ପଂଚାୟତବାସୀଙ୍କ ନିକଟରେ ପହଂଚି ଯାଇଥିଲା । ଫଳରେ ପଂଚାୟତବାସୀ ଉତେଜିତ ହୋଇ  ଆଜି ଏହି ଶିବିରକୁ ବିରୋଧ କରିଥିଲେ । ଅପର ପକ୍ଷରେ ଏଠାରୁ ବାଲି ଉତୋଳନ କରାଗଲେ ଏଠାରେ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷିତ କଟିକଟା ଜଇପୁର ସେତୁ ପ୍ରତି ବିପଦ ହେବା ସହ ନଦୀର ପଠା ଓ ବହୁ ସ୍ଥିତିବାନ ଜମି ନଷ୍ଟ ହେବ । ଏବଂ ଗରୀବ ସାଧାରଣ ଜନତା ବହୁ ଉଚା ଦରରେ ବାଲି କିଣି ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡେ କରିବା କଷ୍ଟକର ହୋଇ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ଏହି ବାଲିଘାଟକୁ ପଂଚାୟତର ଦଳମତ ନିର୍ବିଶେଷରେ ସବୁଦିନ ପାଇଁ ବନ୍ଦ କରିବାକୁ ଦାବି ହୋଇଛି । ପରେ ଏଠାରେ ଉପସ୍ଥିତ ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ , ତହସିଲଦାର ରୂପାଲିକା ଦାସ, ରାଜ୍ୟ ପ୍ରଦୁଷଣ ବୋର୍ଡ଼ ଆଂଚଳିକ ଅଧିକାରୀ ଦିଲିପ କୁମାର ଦାସ , ଏସଡ଼ିପିଓ ଦୀପକ ରଂଜନ ଜେନା, ରଘୁନାଥପୁର ଆଇଆଇସି ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଫେରିବାକୁ ବାଧ୍ୟ ହୋଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *