Tuesday , June 6 2023
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ ଜଳ ଜୀବନ ମିଶନ ବୈଠକ

ଗରଦପୁର ବ୍ଲକ୍ ରେ ଜଳ ଜୀବନ ମିଶନ ବୈଠକ

ଗରଦପୁର,୨୨/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମୀଳନୀ କକ୍ଷରେ ଆଜି ଜଳ ଜୀବନ ମିଶନ ର ଏକ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସେଂଟର ଫର ଏନଭରନମେଂଟ ଆଣ୍ଡ ଡ଼େଭଲପମେଂଟ ତରଫରୁ ଆୟୋଜିତ ବୈଠକରେ ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକ ଅଧ୍ୟକ୍ଷତା କରିଥିଲେ । ଏଥିରେ ସଂସ୍ଥାର କେନ୍ଦ୍ରାପଡ଼ା ଜିଲା ର ନୋଡ଼ାଲ ଅଫିସର ନୀରଂଜନ ସ୍ୱାଇଁ ଓ ବ୍ଲକ୍ ର ପଂଚାୟତ ସଂଯୋଜକ ତ୍ରିଲୋଚନ ବିଶ୍ୱାଳ ଏବଂ ଲକ୍ଷ୍ମଣ ବେହେରା ଯୋଗଦେଇ ମିଶନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉଲେଖନୀୟ ଏହିକି ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କ ଘରକୁ ସ୍ୱଛ ,ନିର୍ମଳ ଓ ନିରନ୍ତର ପାଇପ୍ ଯୋଗେ ଜଳ ଯୋଗାଣ କରାଯିବାକୁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଏହି ଲକ୍ଷକୁ ହାସଲ କରିବା ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି । ଆଜି ବୈଠକରେ ଗରଦପୁର ବ୍ଲକ୍ ର ୧୮ ଗୋଟି ପଂଚାୟତରୁ ଉପସ୍ଥିତ ଥିବା ସମସ୍ତ ସରପଂଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ମିଶନ ର ଥିବା ଲକ୍ଷକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ । ସ୍ୱଛ ଓ ନୀରନ୍ତର ପାଇପ ଜଳ ଯୋଗାଣ ପାଇଁ କ୍ଷେତ୍ରୀୟ ସ୍ତରରେ ଥିବା ଛୋଟ ବଡ଼ ସମସ୍ତ ସମସ୍ୟା ଗୁଡ଼ିକୁ ଗ୍ରାମ୍ୟ କମିଟି ଜରିଆରେ ବ୍ଲକ୍ ସ୍ତରରେ ପହଂଚାଇବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସରପଂଚମାନେ ଗ୍ରାମ୍ୟ କମିଟି ଗଠନ କରିବାରେ ସହଯୋଗ କରିବା ପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ,ସରପଂଚ ଅନୁଜ କୁମାର ମହାନ୍ତି,ସରପଂଚ ଗୋକୁଳାନନ୍ଦ ବେହେରା, ସରପଂଚ ଅରୂଣ କୁମାର ନାୟକ, ସରପଂଚ ଗୌରାଙ୍ଗ ଜରଣ ପରିଡ଼ା, ସରପଂଚ ଆରତୀ ମଲିକ,ସରପଂଚ ସ୍ୱର୍ଣ୍ଣଲତା ରାଉତ , ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.