Friday , September 29 2023
Breaking News
Home / ବିଶେଷ / କର୍କଟ ରୋଗରେ ପିଡିତ ବାବୁରାମଙ୍କୁ ସରକାରୀ ସହାୟତା ଦାବି

କର୍କଟ ରୋଗରେ ପିଡିତ ବାବୁରାମଙ୍କୁ ସରକାରୀ ସହାୟତା ଦାବି

କେନ୍ଦ୍ରାପଡ଼ା, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତର ସୁବଳ ଗ୍ରାମର ବାବୁରାମ ଦାସ ଜଣେ ଅତ୍ୟନ୍ତ ଗରିବ ଦିନମଜୁରିଆ । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବାତ ଦୁରର କଥା ରାସନକାର୍ଡ ଟିଏ ମଧ୍ୟ ତାଙ୍କୁ ମିଳିନାହିଁ । ଅଭାବ ଓ ଅନାଟନ ମଧ୍ୟରେ କାଳାତିପାତ କରୁଥିବା ବେଳେ କିଛିମାସ ତଳେ ହଠାତ ବାବୁରାମଙ୍କ ପାଟିରେ ଏକ ଘା ହେଲା । ସେ ଔଷଧପତ୍ର ଖାଇଲେବି ସେହି ଘା ଭଲ ହେଲାନାହିଁ । ଡାକ୍ତରଙ୍କ ପରାମର୍ଶରେ ତାଙ୍କର ପରୀକ୍ଷା କରାଯିବାରେ ତାଙ୍କୁ ମୁଖ କର୍କଟ ହୋଇଥିବା ଜଣାପଡିଥିଲା । ଚିକିତ୍ସା ପାଇଁ ତାଙ୍କର ସମସ୍ତ ସଂଚିତ ଅର୍ଥ ଖର୍ଚ୍ଚ ହୋଇଗଲାଣି । ସେ ଏବେ ଘରେ କେମୋ ନେଉଛନ୍ତି । ବାବୁରାମ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏଭଳି ଦୁସ୍ଥିତି ସମୟରେ +୩ ପଢୁଥିବା ତାଙ୍କ ପୁଅ ଚିନ୍ମୟଙ୍କ ଉପରେ ବୋଝ ଲଦି ହୋଇପଡିଛି । ବାରମ୍ବାର ସରକାରୀ ସହାୟତା ପାଇଁ ନିବେଦନ କରି ବା ପରେବି ସେଥିରୁ ବଂଚିତ ହୋଇ ବାବୁରାମଙ୍କ ପରିବାର ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏତଦବ୍ୟତିତ +୨ରେ ପଢୁଥିବା ତାଙ୍କ ଝିଅ ସୁଚିସ୍ମିତା ବହୁ କଷ୍ଟରେ ପାଠପଢୁଛନ୍ତି । ଏହି ଗରିବ ପରିବାରକୁ ଆବାସ ଯୋଜନାରେ ଘର, ରାସନକାର୍ଡ ସମେତ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ସମାଜସେବୀ ତଥା ସାମ୍ବାଦିକ ନରେନ୍ଦ୍ର ଧଳ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *