Tuesday , October 26 2021
Breaking News
Home / ବିଶେଷ / କରୋନାରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ଶାନ୍ତି ପାଇଁ ତ୍ରୀଦିବସିୟ ଅଖଣ୍ଡ ନାମଯଜ୍ଞ

କରୋନାରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ଶାନ୍ତି ପାଇଁ ତ୍ରୀଦିବସିୟ ଅଖଣ୍ଡ ନାମଯଜ୍ଞ

କେନ୍ଦ୍ରାପଡ଼ା, ୨୨/୦୯/୨୦୨୧(ଓଡ଼ିଶା ସମାଚାର)- ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଅବସରରେ ସମଗ୍ର ବିଶ୍ୱର ଶାନ୍ତି ଓ କରୋନାରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଏକ ତ୍ରୀଦିବସିୟ ଅଖଣ୍ଡ ମହାମନ୍ତ୍ର କର୍ତନ ଓ ନାମଯଜ୍ଞ କରିବା ପାଇଁ ଗରାପୁର ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତ୍ରୀ ସ୍ୱାମୀ ଦିବ୍ୟ ସୁରୂପାନନ୍ଦ ସରସ୍ୱତୀ ଶଙ୍କଳ୍ପବଦ୍ଧ । କରୋନା ମହାମାରୀ ଦୁର ପାଇଁ ଆଶ୍ରମ ପରିସରରେ ଅଖଣ୍ଡ ନାମ ସଙ୍କୀର୍ତନ କରାଯିବ । ଏହି କାର୍ଯ୍ୟକ୍ରମରେ ଡାକ୍ତର, ଶିକ୍ଷକ, ନର୍ସ ପୋଲିସ ବାହିନୀ, ପ୍ରଶାସନ, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଛାସେବୀମାନଙ୍କ ରୋଗମୁକ୍ତ ଦୀର୍ଘ ଜୀବନ ଏବଂ ଉତରୋତର ଉନ୍ନତି କାମନା କରାଯିବ । ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଉପଲକ୍ଷେ ଆସନ୍ତା ୨୪ସେପ୍ଟେମ୍ବର ଦିନ କେନ୍ଦ୍ରାପଡା ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ ଓ ଆଶ୍ରମ ପରିସରରେ ରୁଦ୍ରାଭିଷେକ, ବୃକ୍ଷରୋପଣ, ସ୍ୱାସ୍ଥ୍ୟସେବା ଏବଂ ନଗର ପରିକ୍ରମା ଆଦି କାର୍ଯ୍ୟକ୍ରମ କରାଯିବ । କାର୍ଯ୍ୟକ୍ରମ ପରେ ସମସ୍ତ ଭକ୍ତ ଆଶ୍ରମରେ ପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିଛି । ଏଥିସହିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ  ସ୍ମୃତି କମିଟି ଆନୁକୁଲ୍ୟରେ ସାଧୁସେବା, ଭଜନ କୀର୍ତନ, ସ୍ୱାମୀ ଚିଦାନନ୍ଦଙ୍କ ଶ୍ରଦ୍ଧାଞ୍ଜଳି ସଭା କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଗୁରୁଦେବଙ୍କ ସାନିଧ୍ୟ ଲାଭ କରିବାକୁ ଗରାପୁର ଶିବାନନ୍ଦ ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *