କଟକ ସଦର, ୨୨/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ବହୁଚର୍ଚ୍ଚିତ କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ଆତ୍ମସାତ ମାମଲା ଶେଷରେ କନ୍ଦରପୁର ଥାନାରେ ପହଞ୍ଚିଛି।ପ୍ରକାଶ ଯେ ଦୀର୍ଘ ବର୍ଷ ହେଵ ଅର୍ଥ ଆତ୍ମସାତ କୋଟିଏ କୁ ଛୁଇଁବାକୁ ଯାଇଥିଵା ଵେଳେ ଵ୍ୟାଙ୍କର କୈ।ଣସି କର୍ମଚାରୀ କିପରି ଟେର୍ ପାଇ ପାରୁନଥିଲେ ତାକୁ ନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ କେଵଳ ନିଜର ସୁରକ୍ଷା ପାଇଁ ଡେରିରେ ହେଉ ପଛେ ଵ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଧିରେନ୍ କୁମାର ଦାସ କ୍ୟାସିୟର ଦିପ୍ତୀ କୁମାର ପଟ୍ଟନାୟକଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଏଫ୍ ଆଇ ଆର୍ ଦେଇଥିବା ଜଣାପଡିଛି। ପୋଲିସ ଏ ସମ୍ପର୍କରେ ୨୨୬/ ୨୦୨୧ ରେ ମାମଲା ଓ ୪୦୯ ଠକେଇ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏହି ଠକେଇର ଚେର ଏତେ ଗଭିରକୁ ଯାଇଛି ଯେ ତାକୁ ନେଇ ଏବଂ ଅଭିଯୁକ୍ତ ଗୁରୁତର ଅସୁସ୍ଥ ଅବସ୍ଥାରେ ଥିଵାରୁ ତଦନ୍ତ କିପରି ଆଗକୁ ଯାଇପାରିଵ ତାକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି। ସଂପୃକ୍ତ ଅଭିଯୁକ୍ତ ଵିଳମ୍ଵିତ ରାତି ପର୍ୟ୍ୟନ୍ତ ଵ୍ୟାଙ୍କ ପରିସରେ ଅନୈତିକ ଆସରରେ ରହୁଥିବା ଅଭିଯୋଗ ଶୁଣାଯାଉଥିଵା ଵେଳେ ଏକଥା ଵ୍ୟାଙ୍କ କର୍ତୃପକ୍ଷ କିପରି ଯାଣିପାରୁ ନଥିଲେ ନାଁ ଜାଣି ଅଜଣା ରହୁଥିଲେ ତାହାର ତଦନ୍ତ ହେଵା ଆବଶ୍ୟକ ଵୋଲି ମତ ପ୍ରକାଶ ପାଉଛି।ଥାନାରେ ମାମଲା ଦେଇ କର୍ତୃପକ୍ଷ କେଵଳ ଦାୟିତ୍ୱ ସଂପାଦନ କରିଦେଲେ ହେଵ ନାହିଁ ,କ୍ଷତିଗ୍ରସ୍ତ ଜମାକାରୀ ତାଙ୍କର ଅର୍ଥ କିପରି ଫେରି ପାଇଵେ ସେଥିପାଇଁ ଯତ୍ନବାନ ହେଵାର ଆବଶ୍ୟକତା ରହିଛି। ଓଡ଼ିଶା ସମାଚାର