କଟକ ସଦର, ୨୧/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ମଧୁପାଟଣା ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ଚାଲିଥିବା ଧଳାଜହର ସମ୍ପର୍କରେ ଅଭିଯୋଗ ହୋଇଆସୁଥିଲା ଵେଳେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଆଇଆଇସି ତୁଷାରକାନ୍ତ ସେଠୀଙ୍କ ଠାରୁ ଜଣାପଡିଛି। ପ୍ରକାଶ ଯେ ମୂଖ୍ୟ ଅଭିଯୁକ୍ତ ମଧୁପାଟଣା ଥାନା କଲ୍ୟାଣୀ ନଗର ଅଞ୍ଚଳର ଵଳିଆ ଓରଫ ରାଜେଶ ଜେନା(୩୨) ବିଭିନ୍ନ ମଧ୍ୟସ୍ଥି ଙ୍କ ଦ୍ଵାରା ନିଶା କାରବାର ଚଳାଇ ଆସୁଥିଲା। ଏଥିରେ ସହାୟତା କରୁଥିଵା ଚାଉଳିଆଗଞ୍ଜ ଥାନା ମହାନଦୀ ବିହାରରେ ରହୁଥିବା ତିର୍ତ୍ତୋଲ ଥାନା ଲିପୁ ଓରଫ ଶୁଭାଶିଷ ପଟ୍ଟନାୟକ (୩୧) ଓ କଟକ ଲାଲବାଗ ଥାନା ଖଟଵିନ ସାହିର ମୋଵିନ୍ ଓରଫ ମହମ୍ମଦ ମୋଵିନି(୨୩)ଙ୍କୁ ମାତୃଭଵନ ନିକଟର ଏହି ଧଳାଜହର କାରଵାର କରୁଥିବା ଵେଳେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା । ସେମାନଙ୍କ ନିକଟରୁ ୧୭.୩ ଗ୍ରାମ ଵ୍ରାଉନସୁଗାର,୨୧ ହଜାର ୭ ଶହ ଟଙ୍କା ଓ ଗରାଖ ଯୋଗାଡ଼ରେ ମାଧ୍ୟମ ସାଜିଥିବା ତିନୋଟି ମୋବାଇଲ ଫୋନ କୁ ଜଵତ କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର