Monday , December 6 2021
Breaking News
Home / ବିଶେଷ / ସହାୟତା ପାଇଁ ବ୍ଲକକୁ ଯାଇଥିବା ବଞ୍ଜାରା ମହିଳାଙ୍କ ପ୍ରସବ ବେଦନା ଯୋଗୁଁ ସହାୟତାର ହାତ ବଢାଇଲେ ବିଡିଓ

ସହାୟତା ପାଇଁ ବ୍ଲକକୁ ଯାଇଥିବା ବଞ୍ଜାରା ମହିଳାଙ୍କ ପ୍ରସବ ବେଦନା ଯୋଗୁଁ ସହାୟତାର ହାତ ବଢାଇଲେ ବିଡିଓ

କେନ୍ଦ୍ରାପଡ଼ା, ୨୧/୦୯/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ଗୁଲନଗର ଗ୍ରାମ ନିକଟରେ ରାସ୍ତା କଡ଼ରେ ରହୁଥିବା ବଞ୍ଜାରାମାନେ ପ୍ରବଳ ବର୍ଷା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇ ସହାୟତା ପାଇଁ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ବିଡିଓ ଅଶ୍ୱିନୀ କୁମାର ଦାସ ସେମାନଙ୍କ ସହ  ଏକ ସୁରକ୍ଷିତ ସ୍ଥାନରେ ସେମାନଙ୍କ ରହିବା  ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଜଣେ ବଞ୍ଜାରା ମହିଳା ପ୍ରସବ ବେଦନା ଅନୁଭବ କରି ତଳେ ପଡି ଯାଇଥିଲେ । ତାଙ୍କୁ ମେଡିକାଲକୁ ନେବା ପାଇଁ  ବିଡିଓ ଶ୍ରୀ ଦାସ କେନ୍ଦ୍ରାପଡା ଜିଲ୍ଲା ମୁଖୟ ଚିକିତ୍ସାଳୟକୁ ଫୋନ କରିଥିଲେ । ଫଳରେ ତୁରନ୍ତ ଆମ୍ବୁଲାନ୍ସ ବ୍ଲକରେ ପହଂଚି ସଂପୃକ୍ତ ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ମହିଳାଙ୍କ ପ୍ରସବ ହୋଇଥିବା ଜଣାପଡିଛି । ଏ ନେଇ ବଞ୍ଜାରାମାନେ ବିଡିଓ ଶ୍ରୀ ଦାସଙ୍କୁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *