Wednesday , October 20 2021
Breaking News
Home / ଶିକ୍ଷା / ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ  ଅତ୍ୟାଧୁନିକ ୩ ଡି ଇ-ପାଠାଗାର

ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ  ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା,୨୧/୦୯/୨୦୨୧(ଓଡ଼ିଶା ସମାଚାର)- ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିବାର ଦେଖାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଏହି  ୩ଡି ଇ- ପାଠାଗାର । ବଡବଡ ସହରରେ ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ । କିନ୍ତୁ ମେହେନ୍ଦିପୁର ଭଳି ଏକ ନିପଟ ମଫସଲ ଅଂଚଳରେ ସେଭଳି ସୁଯୋଗ ଗ୍ରାମାଂଚଳର ଛାତ୍ରାଛାତ୍ରୀମାନଙ୍କୁ ଯୋଗାଇଦେବା ଉଦେଶ୍ୟରେ  ଏଭଳି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଥିବା କହିଛନ୍ତି ଭରତପୁର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ । ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଏଠାରେ ସେଭଳି ସୁଯୋଗ ଛାତ୍ରଛାତ୍ରୀମାନେ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ । କାରଣ ଗ୍ରାମାଂଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ଏହି ଥ୍ରୀ-ଡି ପାଠାଗାର । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବା ସହ ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଏଥିସହ ଅତ୍ୟାଧୁନିକ ବେଂଚ, ଟେବୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପୁ୍ୟଟର ଲ୍ୟାବର ବ୍ୟବସ୍ଥା ସହ ଇଂଟରନେଟ୍ ସେବା ପାଇବା ପାଇଁ ୱାଇ ଫାଇ ର ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି ବିଡିଓ ଶ୍ରୀ ଦାସ । ଏହାବ୍ୟତିତ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ମଧ୍ୟ ଏକ ନୂତନ ଭୋଜନାଳୟର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସରପଂଚ ଶ୍ରୀମତୀ ରାଉତ । ବିଦ୍ୟାଳୟର ପୁରୁଣା ଶ୍ରେଣୀଗୃହ ଗୁଡିକର ମରାମତି କରାଯିବା ସହ ସେଗୁଡିକୁ ନୂତନ ରୂପ ଦିଆଯାଇଛି । ଏଥିସହିତ ବିଦ୍ୟାଳୟ ପରିସରକୁ ସୌନ୍ଧର୍ଯ୍ୟକରଣ କରାଯିବା ସହିତ ପରିସରକୁ ସୋଲାର ଲାଇଟ ଦ୍ୱାରା ଆଲୋକୀକରଣ ମଧ୍ୟ କରାଯାଇଛି । ବ୍ଲକ ପ୍ରଶାସନର ସହଯୋଗରେ ପଂଚୟତ ନିଜସ୍ୱ ପାଣ୍ଠିରୁ  ଏହିସବୁ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା କହିଛନ୍ତି ସରପଂଚ ଶ୍ରୀମତୀ ରାଉତ । ଓଡ଼ିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *