Sunday , January 23 2022
Breaking News
Home / ବିଶେଷ / ବନ୍ୟାପାଣି ଘେରରେ ହିରିମୂଳବାସୀ: ସହଯୋଗ ଅନୁଷ୍ଠାନ ତରଫରୁ ବନ୍ୟା ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ

ବନ୍ୟାପାଣି ଘେରରେ ହିରିମୂଳବାସୀ: ସହଯୋଗ ଅନୁଷ୍ଠାନ ତରଫରୁ ବନ୍ୟା ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ

ନିରାକାରପୁର, ୨୧/୦୯/୨୦୨୧(ଓଡ଼ିଶା ସମାଚାର)- ମହାନଦୀର ବନ୍ୟାଜଳରେ ଦୟା ନଦୀ ଜଳସ୍ତର ଫୁଲି ଖୋର୍ଦ୍ଧା ବ୍ଲକ ଓରବରସିଂହ ପଂଚାୟତ ହିରିମୂଳ ଗ୍ରାମ ବର୍ତମାନ ସଂପୂର୍ଣ୍ଣ ଜଳବନ୍ଦୀରେ ରହିଛି । ଏହି ଗ୍ରାମରେ ଘରଗୁଡ଼ିକ ବୁଡ଼ି ଯାଇଥିବାବେଳେ ଲୋକମାନେ ଘରର ଛାତ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏହି ଦୁର୍ଦ୍ଧଶାକୁ ଉପଲବ୍ଧି କରି ନିରାକରପୁର ସହଯୋଗ ସ୍ୱେଛାସେବୀ ଅନୁଷ୍ଠାନ ତରଫରୁ ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟଙ୍କ ପରିଚାଳନାରେ ଉକ୍ତ ଗ୍ରାମର ୩୦ ପରିବାରର ପ୍ରାୟ ୧୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ନିରାକାରପୁର ଯୁବନେତା ପ୍ରଭାତ କୁମାର ସ୍ୱାଇଁ, ଓଏଫଏସ ଶୁଭାଶିଷ କୁଳଭୂଷଣ ପାହାଡ଼ାସିଂହ, ସାମ୍ବାଦିକ ଶ୍ୟାମସୁନ୍ଦର ପଟ୍ଟନାୟକ,ଦେବାଷିଶ ବିଶ୍ୱଭୂଷଣ ପାହାଡ଼ାସିଂହ, ସମାଜସେବୀ ପ୍ରତାପ କୁମାର ସ୍ୱାଇଁ, ଶିକ୍ଷାବିତ ରତ୍ନାକର ଜୟସିଂହ ଓ କୃପାସିନ୍ଧୁ ପଣ୍ଡା ପ୍ରମୁଖଙ୍କ ସହାୟତାରେ ଚୁଡ଼ା,ଚିନି,ମୁଢି,ବିସ୍କୁଟ,ପାଉରୁଟି,ସାବୁନ,ମାସ୍କ,ମହମବତୀ ଓ ଦିଆସିଲ, ପାଣି ବୋତଲ,ପାଣି ପାଉଚ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହଯୋଗର ସକ୍ରିୟ ସଭ୍ୟ ଦାଶରଥି ବିଶୋଇ,ସ୍ୱାଗତିକା ପାହାଡ଼ାସିଂହ, ପ୍ରଣତୀ ବେହେରା,ସାଇଶ୍ରୀ ଅନୁରାଗ ଓ କ୍ରୀଷ୍ଣା. ପ୍ରତ୍ୟୁଷ କୁମାର ସାମନ୍ତରାୟ, ମନମୋହନ ନାୟକ,ପ୍ରଭାକର ଜୟସିଂହ, ଦାଶରଥି ଶ୍ରୀଚନ୍ଦନ ,ଲଛମନ ନାୟକ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ସହଯୋଗ ତରଫରୁ ୨ ଦିନ ହେବ ଶୁଖିଲା ଖାଦ୍ୟ ହିରିମୂଳ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *