Saturday , October 16 2021
Breaking News
Home / ବିଶେଷ / ବଦଳିଲେ ୬୦ ଏସଆଇ ଓ ଏଏସଆଇ

ବଦଳିଲେ ୬୦ ଏସଆଇ ଓ ଏଏସଆଇ

ଭୁବନେଶ୍ୱର,୨୧/୦୯/୨୦୨୧(ଓଡ଼ିଶା ସମାଚାର)- ପୂଜା ପୂର୍ବରୁ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସରେ ବଡ ଧରଣର ଅଦଳବଦଳ । ଭୁବନେଶ୍ୱର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି । ୬୦ ଜଣ ଅଫିସରଙ୍କୁ ଅଦଳବଦଳ କରାଯାଇଛି । କ୍ୟାପିଟାଲ ଥାନାରୁ ସହିଦନଗର ଗଲେ ଏସଆଇ ସନ୍ତୋଷିନୀ ବେହେରା । ଲିଙ୍ଗରାଜ ଥାନାରୁ ତମାଣ୍ଡୋ ଗଲେ ଏସଆଇ ସନ୍ତୋଷ ନାୟକ, ଖଣ୍ଡଗିରିରୁ ଜଟଣୀ ଗଲେ ନିରଞ୍ଜନ ଓଝା, ବାଲିଅନ୍ତାରୁ ଜଟଣୀ ଗଲେ ପ୍ରଫୁଲ୍ଲ ସାହୁ, ଖଣ୍ଡଗିରିରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସ୍ୱାଇଁ । ସହିଦନଗରରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସେଠୀ । ସେହିପରି ଧଉଳିଥାନାରୁ ଏୟାରଫିଲ୍ଡ ଥାନାକୁ ମଧୁସୁଦନ ଭୋଇ, ଚନ୍ଦ୍ରଶେଖପୁରରୁ ନୟାପଲ୍ଲୀ ଗଲେ ସୁରେନ୍ଦ୍ର ଦେହୁରୀ । ସହିଦନଗର ଥାନାରୁ ଆଇୟୁସିଏଡବ୍ଲୁ ଗଲେ ସଯୁକ୍ତା ସାହୁ । ସେହିପରି ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି । ଏଏସଆଇ ଅଞ୍ଜଳୀ ନାୟକଙ୍କୁ ଲକ୍ଷ୍ମୀସାଗର ଥାନାରୁ ଏୟାରଫିଲ୍ଡÿ ଥାନାକୁ ବଦଳି ହୋଇଛି । ଜଟଣୀ ଥାନାରୁ ଚନ୍ଦ୍ରେଶଖପୁର ଥାନକୁ ଏଏସଆଇ ବିନାୟକ ବିଧରଙ୍କୁ ବଦଳି । ଖାରବେଳ ନଗର ଥାନାରୁ ଖଣ୍ଡଗିରି ଥାନକୁ ବଦଳି ହେଲେ ଜୟକୃଷ୍ଣ ପଟ୍ଟନାୟକ । ବରଗଡ଼ ଥାନାରୁ ଖଣ୍ଡଗିରି ଥାନା ପ୍ରଭାସ ଚନ୍ଦ୍ର ବିଶ୍ୱାଳ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *