ପାରାଦୀପ ୨୧/୦୯/୨୦୨୧(ଓଡ଼ିଶା ସମାଚାର)-ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଳିଛି । ଏହି ପରିପ୍ରେକ୍ଷିରେ ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ବନ୍ଦର ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରି ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ତେବେ ବନ୍ଦରର ସମସ୍ତ ବିଭାଗ ମଧ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଚିକିତ୍ସା ବିଭାଗ ସକ୍ରିୟ ଥିବାର ଦେଖିବାକୁ ମିଳୁଛି । ଦକ୍ଷ ଓ ଅଭିଜ୍ଞ ମୁଖ୍ୟ ଚିକିତ୍ସାଧିକାରୀ ଡା. ପଣ୍ଡାଙ୍କ ପ୍ରଚେଷ୍ଟା ଯୋଗୁଁ ଚିକିତ୍ସାଳୟର ପରିବେଶ ସ୍ୱଚ୍ଛତା ସମେତ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିଥିବା କୁହାଯାଉଛି । ଓଡ଼ିଶା ସମାଚାର