Friday , August 12 2022
Home / କ୍ରୀଡ଼ା / ଜିଲ୍ଲା ସ୍ତରୀୟ ଫିଟ ଇଣ୍ଡଆ ଫ୍ରିଡମ ରନରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଯୋଗଦାନ

ଜିଲ୍ଲା ସ୍ତରୀୟ ଫିଟ ଇଣ୍ଡଆ ଫ୍ରିଡମ ରନରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଯୋଗଦାନ

କେନ୍ଦ୍ରାପଡ଼ା, ୨୧/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଇଛାପୁର ରଥଦାଣ୍ଡରେ ଅନୁଷ୍ଠିତ ଫିଟ ଇଣ୍ଡିଆ ଫ୍ରିଡମ ରନରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଛାତ୍ରମାନେ ଯୋଗଦେଇଥିଲେ । ଶ୍ରୀବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ଠାରୁ ଶ୍ରୀଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଦୈାଡରେ ଛାତ୍ରମାନେ ଯୋଗଦେଇ କୃତିତ୍ୱ ଅର୍ଜ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ସେନା ଅଧିକାରୀ ଭରତ ଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.