କଟକ ସଦର, ୨୧/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମଵାୟ ବ୍ୟାଙ୍କ୍ ଅଧିନସ୍ଥ କନ୍ଦରପୁର କୃଷକ ସେଵା ସମଵାୟ ସମିତି ପରିଚାଳିତ କନ୍ଦରପୁର ମିନି ବ୍ୟାଙ୍କ୍ ତାର ସେଵା ଓ ଜମା ପାଇଁ ୪ ଥର ମୂଖ୍ୟ ମନ୍ତ୍ରୀ ପୁରସ୍କାର ପାଇ ଜିଲ୍ଲାରେ ଅଗ୍ରଣୀ ବ୍ୟାଙ୍କ୍ ଭାଵେ ସୁନାମ ଅର୍ଜନ କରିଥିଵା ଵେଳେ ଏଵେ ଅର୍ଥ ଆତ୍ମସାତ ଭଳି ସଙ୍ଗିନୀ ଘଟଣାରେ ତାର ପୂର୍ବ ଐତିହ୍ୟ ହରାଇ ଵସିଥିଵା ଅଭିଯୋଗ ହେଉଛି। ଜମାକାରୀଙ୍କ ହଡ଼ପ ଅର୍ଥ କେତେ ହେଵ ତାର କଳନା କରିଵା ସମ୍ଭବପର ହେଉନଥିଵା ଵେଳେ ପ୍ରତିଦିନ ବ୍ୟାଙ୍କ୍ ରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅସମ୍ଭବ ଭିଡକୁ ଦେଖି ହଡପ ଅର୍ଥ ଏକ କୋଟି ଛୁଇଁଵା ପ୍ରାକ୍ ଆକଳନରୁ ଅନୁମାନ କରାଯାଉଛି। ବର୍ଷ ଵର୍ଷ ଧରି ଏଭଳି ଆତ୍ମସାତ ଘଟଣା ଘଟିଚାଲିଥିଵା ଵେଳେ ଵ୍ୟାଙ୍କର କେହି କର୍ମଚାରୀ ଏହାର ଟେର କିପରି ପାଇପାରୁନଥିଲେ ତାକୁ ନେଇ ସାଧାରଣରେ ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଛି।ଏପଟେ ସମଵାୟ ଭିଭାଗର ଏକ ତଦନ୍ତକାରୀ ଟିମ୍ ଆଜି ମଙ୍ଗଳବାର ବ୍ୟାଙ୍କ୍ କୁ ଆସି ତଦନ୍ତ ଚଳାଇଥିବା ଵେଳେ ସେପଟେ ସଂପୃକ୍ତ କ୍ୟାସିୟର ବିରୋଧରେ ଥାନାରେ ଏଫ୍ ଆଇ ଆର ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ହେଲେ ସଂପୃକ୍ତ କ୍ୟାସିୟର ଏଵେ ବ୍ରେନ୍ ଷ୍ଟ୍ରୋକ୍ ରେ ମେଡିକାଲ ରେ କୋମାରେ ଥିଵା ଜଣାଯାଇଥିଵା ଵେଳେ ପୋଲିସ ର ତଦନ୍ତର ଅଗ୍ରଗତି ସମ୍ପର୍କରେ ସନ୍ଦେହ ଉପୁଜିଛି।ଏଭଳି ପରିସ୍ଥିତିରେ ବ୍ୟାଙ୍କ୍ ରେ ଅଚଳାବସ୍ଥା ଦେଖାଦେଇଛି। କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ତାଙ୍କର ଜମା ଅର୍ଥ ଫେରସ୍ତ କରି ଵ୍ୟାଙ୍କର ପୂର୍ବ ଅଵସ୍ତା ଫେରାଇ ଆଣିବାକୁ ସମଵାୟ ଵିଭାଗ ଏଥିପ୍ରତି ଦୃଷ୍ଟି ଦେଵାକୁ ସାଧାରଣରେ ଦାଵି ଯୋର ଧରିଛି।ଓଡ଼ିଶା ସମାଚାର