ନିରାକାରପୁର,୨୧/୦୯/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତରେ ଥିବା ସ୍ୱେଛାସେବୀ ଅନୁଷ୍ଠାନ ଇସ୍ୱାର୍ଡ଼ ଓ ଗୁଂଜ ର ମିଳିତ ଆନୁକୂଲ୍ୟରେ ସୋମବାରଦିନ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଡିଆ ଓ ନିରାକାରପୁର ପଂଚାୟତର ସମସ୍ତ ଅଙ୍ଗନଓାଡି କର୍ମୀ ,ହେଲପର ଓ ଆଶାକର୍ମି ମାନଙ୍କୁ ମାନପତ୍ର ସହିତ କରୋନା ଟେଷ୍ଟ କରିବା ପାଇଁ ସମସ୍ତ ପ୍ରକାରର କିଟ ପ୍ରଦାନ କରାଯାଇଛି । ଏହା ସହିତ ଅଂଚଳର ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ଓ ମାନପତ୍ର ଦେଇ କରୋନା ଯୋଦ୍ଧା ଭାବରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦିଗନ୍ତ ରାଉତରାୟ ଓ ଟାଙ୍ଗୀ ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ଅତିଥିଭାବେ ଯୋଗଦେଇ ସମ୍ବୋର୍ଦ୍ଧିତ କରିଥିବା ବେଳେ ,ଅନ୍ୟମାଙ୍କ ମଧ୍ୟରେ ବ୍ଲକ୍ ସହକାରୀ ଯନ୍ତୀ ନିରଂଜନ ବିଶ୍ୱାଳ , କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ପାତ୍ର ଓ ଅଙ୍ଗନଓାଡି ସୁପରଭାଇଜର ବିନତା ମଂଜରୀ ପଟ୍ଟନାୟକ , ସମାଜସେବୀ ପ୍ରଫୁଲ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିବା ବେଳେ ରାମଦୟା ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସଂପାଦକ ମୃତୁ୍ୟଞ୍ଜୟ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ଗାଁ ଗହଳିରେ ନିରୀହ ଲୋକମାନେ କରୋନାର ସଠିକ ଟେଷ୍ଟ ଅସୁବିଧା ହେତୁ କରିନପାରୁଥିବାରୁ ଅଙ୍ଗନବାଡ଼ିକର୍ମୀ ,ଆଶା ଓ ହେଲପର ମାଧ୍ୟମରେ ଏହି କିଟ ପ୍ରଦାନ କରାଯାଇଛି ଯାହା ଦ୍ୱାରା ଗାଁ ଗହଳି ଲୋକ ଘରେ ରହି ଆରାମରେ କରୋନା ଟେଷ୍ଟ କରିପାରିବେ ଆଉ ଅସୁବିଧା ହେବନି ବୋଲି ପ୍ରଧାନ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର