Tuesday , October 26 2021
Breaking News
Home / ବିଶେଷ / ଆବାସ ଯୋଜନାରେ ଘରଟିଏ ପାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମହିଳା

ଆବାସ ଯୋଜନାରେ ଘରଟିଏ ପାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମହିଳା

କେନ୍ଦ୍ରାପଡ଼ା,୨୧/୦୯/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ଦିନମଜୁରିଆ ମହିଳା ଜଣଙ୍କ ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନପାଇ ଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କ ପାଖରେ ଗୁହାରୀ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଆଳିଜଙ୍ଗା ଗ୍ରାମର ଜୟଦେବ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ ଜଣେ ଦିନମଜୁରିଆ ଅଟନ୍ତି । ଦୈନିକ ମୂଲଲାଗି ପତିପତ୍ନୀ ତାଙ୍କ ଗରୀବ ପରିବାରର ଭରଣପୋଷଣ କରିଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ପାଇବା ପାଇଁ ପଂଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ସେ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏଥିପାଇଁ ନିବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଆବେଦନକୁ କେନ୍ଦ୍ରାପଡା ବିଡିଓଙ୍କ ପାଖକୁ ପଠାଇ ଦେଇ ଜୟନ୍ତୀଙ୍କୁ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *