Saturday , August 13 2022
Breaking News
Home / କୃଷି / ବଳରାମ ଯୋଜନାରେ କୃଷି ଋଣ ବଂଟନ ମେଳା  

ବଳରାମ ଯୋଜନାରେ କୃଷି ଋଣ ବଂଟନ ମେଳା  

ଗରଦପୁର, ୨୦/୦୯/୨୦୨୧(ଓଡ଼ିଶା ସମାଚାର)- ଚାଷ ଅଛି ଯାହାର , କି ଆନନ୍ଦ ତାହାର , ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର । ଏହି କଥାରେ ଭରଷା ରଖି ଜମିରେ କଠୋର ପରିଶ୍ରମ କରି ଯେଉଁ ଭୂମି ହୀନ ଓ ନାମ ମାତ୍ର ଚାଷୀମାନେ ସୁନାର ଫସଲ ଅମଳ କରି ଦୁନିଆକୁ ଖାଦ୍ୟ ଯୋଗାଇ ଚାଲିଛନ୍ତି , ସେମାନଙ୍କୁ ଭରଷା ହେବା ପାଇଁ ଚାଷ ଓ ଚାଷୀକୁ ସଶକ୍ତ କରିବା ପାଇଁ ବଳରାମ ଯୋଜନା ମାଧ୍ୟମରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୃଷି ଋଣ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଆଜି ଗରଦପୁର ବ୍ଲକ୍ ପାଖଡ଼ ପଂଚାୟତ ଠାରେ ଆୟୋଜିତ କୃଷି ଋଣ ବଂଟନ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଏହି ମତ ବ୍ୟକ୍ତ କରିଛନ୍ତି ।

ଏହି ଉପଊକ୍ଷେ ଆୟୋଜିତ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଗରଦପୁର ତହସିଲଦାର ତଥା ଯୋଜନାର ନୋଡ଼ାଲ ଅଫିସର ଅଶୋକ କୁମାର ବେହେରା , ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ୍ , ବିଜେଡ଼ି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଂଜୟ କୁମାର ଅଗ୍ରୱାଲା, ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ , ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବିଜେଡ଼ି ନେତା ପ୍ରମୋଦ କୁମାର ରଥ ,ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରେ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ କୃଷି ଅଧିକାରୀ ଅମରେନ୍ଦ୍ର ସିଂ , କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପାଟକୁରା ଶାଖା ପରିଚାଳକ ଦୂର୍ଗାମାଧବ ନନ୍ଦ ଓ ସହକାରୀ ଶାଖା ପରିଚାଳକ  ଶୋଶଭନ ନାୟକ ପ୍ରମୁଖ ଯୋଗଦେଇ ବଳରାମ ଯୋଜନାର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।  ଉତ୍ସବରେ ପାଖଡ଼ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ ପ୍ରାମ୍ଭିକ ସୂଚନା ଦେଇଥିଲେ ।

ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରେ ୯୦୦ କୃଷକ ଗୋଷ୍ଠି ଗଠନ କରିବା ପାଇଁ ଜିଲାପାଳ ଅମ୍ରିତ ଋତୁରାଜ  ଲକ୍ଷ ଧାର୍ଯ୍ୟ କରିଥିବାବେଳେ ଆଜି ସୁଦ୍ଧା ୪୮୨ ଟି କୃଷକ ଗୋଷ୍ଠି ଗଠନ କରାଯାଇଛି । ସେମାନଙ୍କ ମଧ୍ୟରୁ ବେଡ଼ାରୀ, ପାଖଡ଼, ଗରଦପୁର, ତଳକୁସୁମା ଓ ତେଣ୍ଡାକୁଡ଼ା ପ୍ରାଥମିକ କୃଷି ସମବାୟ ସମିତି ରୁ  ୬୯ ଟି ଭୂମି ହୀନ ଓ ନାମ ମାତ୍ର କୃଷକ ଗୋଷ୍ଠି ଙ୍କୁ କୃଷି ଋଣ ବାବଦରେ ଚେକ୍ ପ୍ରଦାନ କରାଯାଇଥିଲା । ଉତ୍ସବରେ ଶତାଧିକ ମହିଳା ଓ ପୁରୁଷ ଭୂମି ହୀନ ଓ ନାମ ମାତ୍ର ଓ ଭାଗ ଚାଷୀମାନେ ଉପସ୍ଥିତ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ଉଦ୍ୟୋଗୀ ଦୁଃଖିଶ୍ୟାମ ସେନାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବରେ ଆତ୍ମା କର୍ମଚାରୀ ଓ ଭିଏଡ଼ବ୍ଲ୍ୟୁମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡ଼ା,୦୬ /୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ବାଚିତ ସଭାପତି ଓ ସମସ୍ତ …

Leave a Reply

Your email address will not be published.