ସାଲେପୁର, ୨୦/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନେମାଳ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କଲେଜ କର୍ତୃପକ୍ଷ ଙ୍କ ଅହେତୁକ ଭାବେ ନାମଲେଖା ସମେତ ଅନ୍ୟାନ୍ୟ ଫି ବୃଦ୍ଧି କରିଥିବା ପ୍ରତିବାଦ ରେ ଆମରଣ ଅନଶନ ରେ ବସିଛନ୍ତି । ଫି ବୃଦ୍ଧି ର ପୁନର୍ବିଚାର କରିବା ସହ କରୋନା ସମୟରେ ଛାତ୍ର ଛାତ୍ରୀ ମାନ ଙ୍କ ଉପରେ ଏଭଳି ଆର୍ଥିକ ବୋଝ କୁ ହ୍ରାସ କରିବାକୁ କଲେଜ ଅଧ୍ୟକ୍ଷ ଙ୍କ ଠାରେ ଦାବିକରି ଥିଲେହେଁ ସେ ଏହାର କର୍ଣ୍ଣପାତ କରିନଥିଲେ । ଏଣୁ ପିଲାମାନେ ଅନଶନ ରେ ବସିବା କୁ ବାଧ୍ୟ ହୋଇଥିବା କହିଛନ୍ତି । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଅନଶନ ଚାଲିବ ବୋଲି ପିଲାମାନେ ଅଡ଼ିବସିଛନ୍ତି । ତେବେ କଲେଜ ଅଧ୍ୟକ୍ଷ ପରିଚାଳନା କମିଟି ରେ ଏସମ୍ପର୍କରେ ଆଲୋଚନା କରିବେ ବୋଲି କହିଥିବା ପ୍ରକାଶ । ଓଡ଼ିଶା ସମାଚାର