Tuesday , October 26 2021
Breaking News
Home / ସ୍ୱାସ୍ଥ୍ୟ / ନର୍ସିଂ ସେବା ସଂଘର ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ନର୍ସିଂ ସେବା ସଂଘର ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଭୁବନେଶ୍ୱର,୨୦/୦୯/୨୦୨୧(ଓଡ଼ିଶା ସମାଚାର)- ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସିଂ ଅଫିସର ମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୮୧ ମସିହା ଠାରୁ ଓଡିଶା ନର୍ସିଂ ଏମ୍ପ୍ଳୋଇଜ୍ ଏସୋସିଏସନ୍ ନାମରେ ଏହି ସଂଘ ରାଜ୍ୟରେ କାର୍ଯ୍ୟକରି ଆସୁଅଛି । ୧୫ ହଜାରରୁ ଉଦ୍ଧ୍ୱର୍ ନର୍ସିଂ ଅଫିସର୍ ନିରବଛିନ୍ନ ଭାବରେ ବିଭିନ୍ନ ପାକୃତିକ ବିପର୍ଯ୍ୟୟ ଓ ଗତ ଏକବର୍ଷରୁ ଉଦ୍ଧ୍ୱର୍ ସମୟଧରି କରୋନା ମହାମରୀ ରେ ନିଜ ଜୀବନକୁ ବାଜି ଲଗାଇ ସେବା କାର୍ଯ୍ୟରେ ନିୁଜକୁ ନିୟୋଜିତ ରଖିଛନ୍ତି ।
ଚଳିତ ବର୍ଷ ଜୁଲାଇ ୧୩ ତାରିଖରେ ସଂଘର ନିର୍ବାଚନ ସମ୍ପର୍କରେ ସଭାପତି ଶ୍ରୀମତୀ ପ୍ରତିମା ସାମନ୍ତରାୟ ଓ ସାଧାରଣ ସମ୍ପାଦିକା ଶ୍ରୀମତି ପ୍ରଭାତି ମହାନ୍ତି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବା ସହିତ ଦିନ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ମାତ୍ର କରୋନା କଟକଣା ଯୋଗୁଁ ନିର୍ବାଚନ ପ୍ରକ୍ରିୟା କୁ ସ୍ଥଗିତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ (ଚିଠି ନଂ- ୨୧୪୯୨/ ୦୨.୦୮.୨୦୨୧) ନିର୍ଦ୍ଧେଶନାମା ଜାରି କରିଥିଲେ । ଏଭଳି ଏକ ସୃଙ୍ଖଳିତ ସଂଘରେ ବିଭ୍ରାନ୍ତ ସୃଷ୍ଟିକରିବା ସହିତ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଅଶ୍ୱିନୀ କୁମାର ଦାସ, ସୁଚିସ୍ମିତା ଦାସ, ବାସନ୍ତୀ ନାୟକ, କନକଲତା ଦାସ ଓ ରଶ୍ମିରନ ସେନାପତି ମସୁଧା କରି ବିଭିନ୍ନ ହସ୍ପିଟାଲ୍ ଓ ମେଡିକାଲ୍ କଲେଜ୍ ର ନର୍ସିଂ ଅଫିସର ମାନଙ୍କ ଠାରୁ ବେଆଇନ୍ ଭାବରେ ଲକ୍ଷଲକ୍ଷ ଟଙ୍କା ଆଦାୟକରି ସରକାରଙ୍କ ନିର୍ବାଚନ ସ୍ଥଗିତ ସମ୍ପର୍କିତ ପୁନଃ ନିର୍ଦ୍ଧେଶନାମ (ଚିଠି ନଂ-୨୫୮୬୬/୧୫.୦୯.୨୦୨୧) କୁ ଭୃକ୍ଷେପ ନକରି ସ୍ୱୃତଃଭାବରେ ନିର୍ବାଚନ କରି ନିଜକୁ ସଂଘର ପ୍ରତିଷ୍ଠିତ ସଭ୍ୟ ଭାବରେ ଘୋଷଣା କରିଛନ୍ତି । ଯାହାଫଳରେ ନର୍ସିଂ ଅଫିସର ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ଏପରିକି ଏହାର ପ୍ରଭାବରେ ଏମକେସିଜି ବ୍ରହ୍ମପୁର , ଭିମସାର ବୁର୍ଲା ଭଳି ମାନ୍ୟତା ପ୍ରାପ୍ତ ମେଡିକାଲ୍ କଲେଜ୍ ରେ ରୋଗିସେବା ରେ ବ୍ୟାଘାତ ସୃଷ୍ଟି ହେଉଛି । ନର୍ସିଂ ଅଫିସର ଅଶ୍ୱୀନି କୁମାର ଦାସ ଷ୍ଟଡି ଲିଭ୍ ର ଦୁରୁପୋଯୋଗ କରଛନ୍ତି । ତାଙ୍କର ଏଭଳି ବିଶୃଙ୍ଖଳିତ ଆଚରଣକୁ ନର୍ସିଂ ର ବରିଷ୍ଠ ଅଧିକାରୀ ଓ ସଦସ୍ୟ ମାନେ ଦୃଢନିନ୍ଦା କରିଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚସ୍ତରିୟ ତଦନ୍ତକରି ବିଶୃଙ୍ଖଳା କାରିଙ୍କୁ ଚାକିରିରୁ ବହିସ୍କୃତ କରିବା ସହିତ ହୋଇଥିବା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଓଡିଶା ନର୍ସିଂ ଏମ୍ପୋଇଜ୍ ଆସୋସିଏସନ୍ ର ସଭାପତି ଶ୍ରୀମତୀ ପ୍ରତିମା ସାମନ୍ତରାୟ ଓ ସାଧାରଣ ସମ୍ପାଦୀକା ଶ୍ରୀମତୀ ପ୍ରଭାତି ମହାନ୍ତି ସରକାର ଓ ବିଭାଗିୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ – ୮୬ ଜଣ ଶିଶୁ ଆକ୍ରାନ୍ତ – ୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ନାୟକ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଚିହ୍ନଟ …

Leave a Reply

Your email address will not be published. Required fields are marked *