Wednesday , October 4 2023
Breaking News
Home / ବିଶେଷ / ଡ୍ରେନ୍ ରେ ଭାସିଯାଇ ନିଖୋଜ ଛାତ୍ରଙ୍କ ମୃତ ଦେହ ମିଳିଲା – ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଡ୍ରେନ୍ ରେ ଭାସିଯାଇ ନିଖୋଜ ଛାତ୍ରଙ୍କ ମୃତ ଦେହ ମିଳିଲା – ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୦/୦୯/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍ ରେ ଭାସିଯାଇ ନିଖୋଜ ଛାତ୍ରଙ୍କ ମୃତ ଦେହ ଆଜି ପଞ୍ଚସଖା ନଗର ନିକଟ ନାଳରୁ ଛଦ୍ଧାର କରାଯାଇଛି । ଏଆଇଆଇଏମଏସ ରେ ମୃତ ଦେହ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍ ରେ ଜଣେ ଦଶମ ଶ୍ରେଣି ଛାତ୍ର ଭାସିଯାଇଥିଲେ । ରବିବାର ଦିନ ଅପରାହ୍ନରୁ ସଂଧ୍ୟା ପର୍ୟ୍ୟନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ନାଳରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ କରାଯାଇଥିଲା । ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ପୋଲିସ ଜ୍ୟୋତିଙ୍କ ମୃତଦେହ ଠାବ କରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *