Monday , December 6 2021
Breaking News
Home / ବିଶେଷ / ଟୁ୍ୟସନ୍ ଯାଉଥିବା ବେଳେ ଡ୍ରେନ୍ ରେ ଭାସିଯାଇ ନିଖୋଜ ଥିବା ଛାତ୍ର ଙ୍କ ଏଯାଏ ମିଳିନି ପତା

ଟୁ୍ୟସନ୍ ଯାଉଥିବା ବେଳେ ଡ୍ରେନ୍ ରେ ଭାସିଯାଇ ନିଖୋଜ ଥିବା ଛାତ୍ର ଙ୍କ ଏଯାଏ ମିଳିନି ପତା

ଭୁବନେଶ୍ୱର,୨୦/୦୯/୨୦୨୧(ଓଡ଼ିଶା ସମାଚାର)-ରାଜଧାନୀ ଭୁବନେଶ୍ୱରରେ ଗତକାଲି ଘଟିଛି ଏକ ଅଭାବନୀୟ ଘଟଣା । ଟ୍ୟୁସନ୍ ଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନ୍ ରେ ଭାସିଯାଇଛନ୍ତି । ଶିରିପୁର ଶତାଦ୍ଧୀନଗର ବ୍ୟାଙ୍କ କଲୋନୀ ଅଂଚଳରେ ରବିବାର ଦିନ ଦୁଇଟା ସମୟରେ ଘଟିଛି ଏହି ଅଘଟଣ । ୧୫ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ରଜ୍ୟୋର୍ତିମୟ ବେହେରା (ରାଜା)ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ଦୀ ନଗରକୁ ଟ୍ୟୁସନ୍ ଯାଉଥିଲେ । ଶତାଦ୍ଧୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିବା ଅନୁମାନ କରାଯାଉଛି । ଏହାପରେ ପାଖରେ ଥିବା ଡ୍ରେନରେ ସେ ପଡ଼ି ଯାଇଥିଲେ । ଗତକାଲି ଠାରୁ ଦୀର୍ଘ ୧୮ଘଂଟା ଧରି ସେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି କରୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଜ୍ୟୋର୍ତିମୟ ବେହେରାଙ୍କୁ ଠାବ କରାଯାଇପାରି ନାହିଁ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନୀଶମ ବିଭାଗର ଟିମ ଖୋଜା ଖୋଜି କରୁଥିଲେ । ଆଜି ବଢ଼ିଭୋର ସମୟରୁ ଅଗ୍ନୀଶମ ବିଭାଗର ୫ ରୁ ୬ ଟି ଟିମ ର ପ୍ରାୟ ୪୦ ଜଣ ଉଦ୍ଧାରକାରୀ ଖୋଜା ଖୋଜି କାର୍ଯ୍ୟରେ ଲାଗିଛନ୍ତି । ତଥାପି ଏ ପର୍ଯ୍ୟନ୍ତ ରାଜାଙ୍କୁ ଠାବ କରାଯାଇପାରି ନାହିଁ । ଅଗ୍ନୀଶମ ବିଭାଗର ଅଧିକାରୀ ଓ ସିଭିଲ ଡ଼ିଫେନ୍ସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *