ପାରାଦୀପ ୨୦/୦୯/୨୦୨୧(ଓଡ଼ିଶା ସମାଚାର)- ଭୟଙ୍କର ମହାମାରୀ ସମୟରେ ହେଉ କିମ୍ବା ବର୍ଷା, ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ଜୀବନକୁ ବାଜି ଲଗାଇ ପାରାଦୀପ ନିର୍ବାଚନ ମଣ୍ଡଳୀରେ ପ୍ରପିଡିତ ଲୋକଙ୍କୁ ଅରିନ୍ଦମ ସର୍ଖେଲ(ବାପି)ଙ୍କ ସଂଗଠନ ପାରାଦୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦର ପରିବର୍ତନ ଯୋଦ୍ଧା ମାନେ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି । ତେବେ ସଂପ୍ରତି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଖାଦ୍ୟ ବଂଟନ ପ୍ରକ୍ରିୟା ଜାରି ରଖିଥିବା ବେଳେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଲ୍ଲାସାହି ପଂଚାୟତର ମଧୁପୁର ଗ୍ରାମର ସମସ୍ତ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ସୁଖିଲା ଖାଦ୍ୟ, ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଗ୍ରାମବାସୀ ମାନଙ୍କ ସହଯୋଗରେ ଘରକୁ ଘର ବୁଲି ସେମାନଙ୍କ ଅବସ୍ଥା ପଚାରି ବୁଝିବା ସହ ସମସ୍ତ ଖାଦ୍ୟ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦେଇଥିଲେ । ତେବେ ସଂଗଠନର ମୁଖ୍ୟ ଓ ସଦସ୍ୟ ମାନଙ୍କର ଏପରି ସେବା ମନବୃତିକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର
