Wednesday , December 8 2021
Home / ବିଶେଷ / ଜଗତସିଂହପୁର : ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର : ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର,୨୦/୦୯/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଚଳିତ ବର୍ଷର ୩ୟ ରାଷ୍ଟ୍ରିୟ ଲୋକଅଦାଲତ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା,ପରିବାର ଅଦାଲତ ଜଜ୍ ଡା.ଜୀବନଜ୍ୟୋତି ରଥ,ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ଭୂୟାଁ,ମୁଖ୍ୟ ବି•ରବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରିୟରଂଜନ ମିଶ୍ର,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢି,ସବ୍ ଜଜ୍ ଶଶୀରେଖା ମିଶ୍ର.ସବ୍ ଜଜ୍ ଅଭୟକୁମାର ଦାସ,ରେଜିଷ୍ଟାର ସିଭିଲ କୋର୍ଟ ସୁଦିପା ପାତ୍ର,ମହିଳାକୋର୍ଟ ଜଜ୍ ରଶ୍ମିତା ସାହୁ,ସିଭିଲ ଜଜ୍ ବିଷ୍ଣୁପ୍ରସାଦ ଦେବତା,ଏସ.ଡି.ଜେ.ଏମ.ଋତୁପର୍ଣ୍ଣା ମିଶ୍ର,ଜେ.ଏମ.ଏଫ.ସି. ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ଦୁର୍ଘଟଣା ଜନିତ ମୋକଦ୍ଧମା ବିଚାରପାଇଁ ଉଦ୍ଧିଷ୍ଟ ବେଂଚରେ ସରକାରୀ ଓକିଲ ସଲିଳ କୁମାର ଘୋଷ,ଡାକ୍ତର ସତ୍ୟବ୍ରତ ଭୂୟାଁ,ଆଇନଜୀବୀ ଧିରେନ୍ଦ୍ରନାଥ ଆଚାର୍ଯ୍ୟ,ସାମାଜିକ କର୍ମୀ ସୁଷମା ପ୍ରଧାନ, ସଭ୍ୟଭାବେ ମକଦ୍ଧମା ପରିଚାଳନା କରିଥିଲେ । ଦୁର୍ଘଟଣା ଜନିତ କ୍ଷତିପୁରଣ, ଫୌଜଦାରୀ, ଦେୱାନୀ,ପାରିବାରିକ ଓ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଂଚଳରେ ଥିବା ବ୍ୟାଙ୍କ ମାମଲା ସମ୍ବନ୍ଧୀୟ ପ୍ରାକ ମୋକଦ୍ଧମା ଆଦି ମଧ୍ୟ ଏହି ରାଷ୍ଟ୍ରିୟ ଲୋକଅଦାଲତରେ ଫଇସଲା ହୋଇଛି । ମୋଟ ୧୪୪୧ଟି ମାମଲାରୁ ୨୦୫ଟି ସଫଳତାର ସହ ଫଇସଲା ହେବା ସହିତ ଟ୧୯୧୬୯୨୨୬.୦୦ଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ମାମଲା ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଧମାରେ ୯୪୬ଟି ମାମଲାରୁ ୯୧ଟି ସଫଳତାର ସହ ଫଇସଲା ହେବାସହ ଟ୧୭,୯୫.୫୪୨.୦୦ଙ୍କା ଆଦାୟ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *