କେନ୍ଦ୍ରାପଡ଼ା,୨୦/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତରେ ସୋମବାର ପ୍ରଥମଥର ପାଇଁ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନାଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମରେ ୧୫୦ଜଣ ଲୋକଙ୍କୁ କୋଭିଡ ଟୀକା ଦିଆଯାଇଥିବା ସରପଂଚ ଶ୍ରୀ ଜେନାଙ୍କ ଠାରୁ ଜଣାପଡିଛି । ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରବିବାର ବ୍ୟତିତ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଟୀକା ଲୋକମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର
