Saturday , June 3 2023
Breaking News
Home / କୃଷି / ଉମାକାନ୍ତ ଭାରତଙ୍କୁ ନବନର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାନାସୀ, କୁଜଙ୍ଗ ବ୍ଲକ ଚାଷୀ ମାନଙ୍କ ବିରୋଧ

ଉମାକାନ୍ତ ଭାରତଙ୍କୁ ନବନର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାନାସୀ, କୁଜଙ୍ଗ ବ୍ଲକ ଚାଷୀ ମାନଙ୍କ ବିରୋଧ

ପାରାଦୀପ ୨୦/୦୯/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ଜିଲ୍ଲାନାସୀ ପଂଚାୟତରେ ଉମାକାନ୍ତ ଭାରତ ନବନର୍ମାଣ କୃଷକ ସଂଗଠନର ସଦସ୍ୟ ମାନଙ୍କୁ ଅବଗତ ନ କରାଇ ବିଜେପି ଓ କମୁ୍ୟନିଷ୍ଟ ଲୋକଙ୍କୁ ନେଇ ଏକ ଚାଷୀ ମେଳି କରାଯାଉଥିବା ବେଳେ ସେହି ପଂଚାୟତରେ ଥିବା ପୁରୁଣା ସଭ୍ୟମାନେ ଉପସ୍ଥିତ ହୋଇ ଉମାକାନ୍ତ ଭାରତୀଙ୍କୁ ଆମ୍ଭ ମାନଙ୍କୁ ନଜଣାଇ ଏମାନେ କିଏ, ଏମାନଙ୍କୁ ଆଣି ଆମ ପଂଚାୟତରେ ବୈଠକ କରୁଛ ବୋଲି ପଚାରିବା ସହିତ ପିପିଏଲ ଗେଟ୍ ରେ ହୋଇଥିବା ଚାଷୀ ସତ୍ୟାଗ୍ରହ ହୋଇଥିଲା ସେଠାକୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ କାହିଁକି ଏମାନେ ଆସି ନଥିଲେ । ଜିଲ୍ଲା ପ୍ରଶାସନ ସତ୍ୟାଗ୍ରହ ପ୍ରତ୍ୟାହାର କରାଇ ସଡିକ ନ୍ୟାୟ ଦେବେ ବୋଲି କହିଥିଲେ । ଉମାକାନ୍ତ ଭାରତୀ ଏହା ଶୁଣିବା ପରେ କୌଣସି ଫଳ ଚାଷୀ ମାନେ ପାଇବେ ନାହିଁ ବୋଲି କହିବା ପରେ ଶତାଧିକ ଚାଷୀ ଉମାକାନ୍ତ ଭାରତୀ ଓ ତାଙ୍କ ସାଙ୍ଗରେ ଯାଇଥିବା ବ୍ୟକ୍ତିମାନଙ୍କୁ  ବୈଠକରୁ ଉଠାଇ ଦେଇଥିଲେ । ୭/୮ ବର୍ଷ ହେବ ବିଷ୍ଣୁ ଚରଣ ସ୍ୱାଇଁ ଆମ୍ଭ ମାନଙ୍କୁ ନେଇ ନବନର୍ମାଣ କୃଷକ ସଂଗଠନ ଆରମ୍ଭ କରିଥିଲେ, ଏମାନେ କିଏ ବୋଲି ପଚାରିବାରୁ ଉମାକାନ୍ତ ଭାରତୀ, ବାବୁରାମ ଚୌଧୁରୀ, ଦେବ ପଟ୍ଟନାୟକ, ବିଭୁତି ଜେନା ପ୍ରମୁଖ ଜିଲ୍ଲାନାସୀ ପଂଚାୟତର ଲୋକମାନଙ୍କ ହାତଗୋଡ ଧରି ଭୂଲ ମାଗି ସେଠାରୁ ଆସିବା ସହିତ ଆଉ କେବେ ବି ଏଠାକୁ ଅସିବୁ ନାହଇଁ ବୋଲି କହିଥିଲେ । ତେଣୁ ଉମାକାନ୍ତଙ୍କ ଏଭଳି କାର୍ଯ୍ୟକୁ କୁଜଙ୍ଗ ବ୍ଲକରେ ସଂଗଠନର ସାଙ୍ଗଠନିକ ପ୍ରକ୍ରିୟାକୁ ଆଗେଇ ନେବାକୁ ଧରଣୀଧର ମହାପାତ୍ର(ପଂଚାୟତ ସଂଗଠକ), ମକର ଦାସ, ଶାରଦା ପ୍ରସାଦ ବେହେରା, ସୁଧାକର ଦାସ, ଉଚ୍ଛବ ପ୍ରଧାନ, ଅଦୈତ ରାଉତ, ମୁନା ପ୍ରଧାନ, ଅନାମ ମହାପାତ୍ର, ରମେଶ ଦାସ, ବିରବର ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.