Thursday , September 29 2022
Breaking News
Home / ବିଶେଷ / ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପଞ୍ଚଭୂତରେ ଲିନହେଲେ ସାରସ୍ୱତ ସାଧିକା  ଡ ମନୋରମା ମହାପାତ୍ର

ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପଞ୍ଚଭୂତରେ ଲିନହେଲେ ସାରସ୍ୱତ ସାଧିକା  ଡ ମନୋରମା ମହାପାତ୍ର

 କଟକ ସଦର, ୧୯/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଗତ କାଲି ୮୭ ଵର୍ଷ ଵୟସରେ ପରଲୋକ ଗମନ  କରିଥିଵା ଓଡ଼ିଶାର ଲଵ୍ଧପ୍ରତିଷ୍ଠିତ ସାହିତ୍ୟିକା, ସାମ୍ବାଦିକା, ସମାଜସେବୀକା ତଥା ଦୈନିକ ସମାଜର ପୂର୍ବତନ କାର୍ୟ୍ୟକାରୀ ସଂପାଦିକା ଅଧ୍ୟାପିକା ଡ଼ ମନୋରମା ମହାପାତ୍ର ଙ୍କ ମର ଶରୀରକୁ ଆଜି ରବିବାର ଦିନ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଛି।ଏକ ସୁସଜ୍ଜିତ ଗାଡିରେ ମନୋରମା ଙ୍କ ମରଶରୀରକୁ ପୁରୀ ନେବା ଵାଟରେ ଅନେକ ସ୍ଥାନରେ ପୁଷ୍ପଗୁଚ୍ଛ ଦିଆଯାଇ ଶେଷ ସମ୍ମାନ ଦିଆଯାଇଥିଲା। ସ୍ୱର୍ଗଦ୍ୱାରରେ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ମର୍ୟ୍ୟାଦା ଦିଆଯାଇଥିବା ଵେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କନ୍ୱର ଵିଶାଲ ସିଂହ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଵା ବେଳେ ମନୋରମାଙ୍କ ଜୈଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ମନୋରମା ମହାପାତ୍ରଙ୍କ  ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.