ପାରାଦୀପ ୧୯/୦୯/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ତଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ-୭ ପାରାଦୀପ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ୱଛ ଭାରତ ଅଭିଯାନ ଅନ୍ତର୍ଗତ ଏହି ଅଭିଯାନ ର ଲକ୍ଷ୍ୟ ସ୍ୱଛତା ହିଁ ସେବା । ପର୍ଯ୍ୟଟକ ମାନେ ବିଭିନ୍ନ ସମୟ ରେ ବୁଲିବା ପାଇଁ ବେଳାଭୂମି କୁ ଆସିଥାନ୍ତି । ଗଲା ବେଳେ ଏହି ସ୍ଥାନ ରେ ସେମାନଙ୍କ ଦ୍ୱାରା ବ୍ୟବହୃତ ଜରି, ପ୍ଲାଷ୍ଟିକ ଆଦି ଛାଡି ଦେଇଯାଇଥାନ୍ତି । ଯାହାକି ପରିବେଶ ପ୍ରଦୂଷଣ କରିଥାଏ । ଜନସାଧାରଣଙ୍କ ମଧ୍ୟ ରେ ପରିବେଶ ସୁରକ୍ଷା ର ବାର୍ତା ଦେବା ପାଇଁ ଏହି ଅଭିଯାନ ର ମୂଳ ଉଦ୍ଧେଶ୍ୟ । ଭାରତୀୟ ତଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ-୭ ପକ୍ଷରୁ ଶନିବାର ଦିନ ପାରାଦୀପ ଲାଇଟ୍ ହାଉସ୍ ନିକଟ ସମୁ୍ଦର ବେଳାଭୂମି କୁ ସଫେଇ କରାଯାଇଥିଲା । ପାରାଦୀପ ର ବିଭିନ୍ନ ବର୍ଗ ରୁ ପ୍ରାୟ ୨୫୦ ଉଦ୍ଧ୍ୱର୍ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ତଟରକ୍ଷୀ ବାହିନୀ, ତଟରକ୍ଷୀ ବାହିନୀ ର ଜାହାଜ ର ଅଧିକାରୀ ଓ କର୍ମଚାରୀ ଙ୍କ ସମେତ ଇଫକୋ ପାରଦୀପ ୟୁନିଟ୍ ର ଅଧିକାରୀ ଓ ମେରାଇନ୍ ପୋଲିସ୍ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏଥି ସହିତ ପୁରୀ ଜିଲ୍ଲା ଅରଖକୁଦ ଓ ଗୋପାଳପୁର ବେଳାଭୂମି ରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଭାରତୀୟ ତଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ-୭ ପାରାଦୀପ ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି । ଓଡ଼ିଶା ସମାଚାର