କଟକ ସଦର, ୧୯/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଳାଵିହାର ସନ୍ନିକଟ ଉମାକାନ୍ତ ମଣ୍ଡପ ଠାରେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସରସ୍ଵତୀ କଳା ପରିଷଦ ଆନୁକୁଲ୍ୟରେ ଆଜି ରଵିଵାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ ଵିମଳ ପ୍ରସାଦ, ନାଟ୍ୟକାର ଅଶୋକ ପଟ୍ଟନାୟକ, ପ୍ରତିଭା ଶତପଥୀ, ପ୍ରଦୀପ୍ତ ମହାଳୀ,ମିଡିଆ ସଂଯୋଜକ ଇଂ ସେଵକ ଶ୍ରୀକାନ୍ତ ପ୍ରମୁଖ ଯୋଗଦେଇ ରକ୍ତଦାତା ଜୀଵନଦାତା ମାନଙ୍କୁ ଉସ୍ଛାହିତ କରିଥିଲେ।ଶିଵିରରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ସମାଚାର
