Saturday , October 16 2021
Breaking News
Home / ବିଶେଷ / ବିପଦ ଶଙ୍କୁଳ ବିଦ୍ୟୁତ ଖୁଂଟକୁ ବାଉଁଶ ଭରସା

ବିପଦ ଶଙ୍କୁଳ ବିଦ୍ୟୁତ ଖୁଂଟକୁ ବାଉଁଶ ଭରସା

ଗରଦପୁର, ୧୯/୦୯/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ତଳା ପଂଚାୟତସ୍ଥିତ ପଡ଼ା ରାଏସର ଗାଁ ରେ ଏକ ବିଦ୍ୟୁତ ଖୁଂଟ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଗ୍ରାମ ର ଛକ ଉପରେ ଥିବା ଏହି ଖୁଂଟ ଟି ରେ ୪ ଲାଇନ୍ ବିଦ୍ୟୁତ ତାର ଗ୍ରାମର ୩ ଭାଗକୁ ଟଣାଯାଇଥିବାବେଳେ ବିଦ୍ୟୁତ ଖୁଂଟଟି ଗତ କିଛି ଦିନ ହେଲା ନଇଁ ପଡ଼ିଛି । ଏହା ଯେ କୌଣସି ସମୟରେ ପଡ଼ିଯିବାର ସମ୍ଭାବନା ରହିଛି । ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଖୁଂଟ ଟି ରହିଥିବାରୁ ଗ୍ରାମବାସୀମାନେ ତିନୋଟି ବାଉଁଶକୁ ଆଡ଼ି କରି ବିଦ୍ୟୁତ ଖୁଂଟକୁ ରଖିଥିବାର ଦେଖାଯାଉଛି । ଏହା ଯେ କୌଣସି ସମୟରେ ଗ୍ରାମବାସୀଙ୍କ ପ୍ରତି ବିପଦର କାରଣ ହୋଇପାରେ । ଏହି ବିଦ୍ୟୁତ ଖୁଂଟକୁ ତୁରନ୍ତ ମରାମତି କରି ସଳଖ କରିବା ପାଇଁ ଇଂ ନଳିନୀ କାନ୍ତ ରଥ ଙ୍କ ସମେତ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *