Tuesday , May 30 2023
Breaking News
Home / ବିଶେଷ / ନିଖିଳ ଉତ୍କଳ ପାଟରା ସମିତି, ପାଟଵୈଶ୍ୟ ମହାସଭାର ଆସନ୍ତା ମହା ଅଧିବେଶନ ପାଇଁ ପୁରୀ ପାଟରା ଭକ୍ତ ନିବାସରେ ପ୍ରସ୍ତୁତି ଵୈଠକ

ନିଖିଳ ଉତ୍କଳ ପାଟରା ସମିତି, ପାଟଵୈଶ୍ୟ ମହାସଭାର ଆସନ୍ତା ମହା ଅଧିବେଶନ ପାଇଁ ପୁରୀ ପାଟରା ଭକ୍ତ ନିବାସରେ ପ୍ରସ୍ତୁତି ଵୈଠକ

ପୁରୀ/ କଟକ ସଦର, ୧୯/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ନିଖିଳ ଉତ୍କଳ ପାଟରା ସମିତି,ପାଟ ଵୈଶ୍ୟ ମହାସଭାର ଆସନ୍ତା ୧୧୫ ତମ ମହାଅଧିଵେଶନ ପାଇଁ ଏକ ପ୍ରସ୍ତୁତି ( ସନନ୍ଦ) ଵୈଠକ ପୁରୀ ପାଟରା ଭକ୍ତ ନିଵାସରେ ଆଜି ରଵିଵାର ଭାରପ୍ରାପ୍ତ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ର ୧୪ ଗୋଟି ଆଞ୍ଚଳିକ ଚକଲାର ପାରମ୍ପରିକ କର୍ମକର୍ତ୍ତା, ନିର୍ବାଚିତ କାର୍ୟ୍ୟକର୍ତ୍ତା ଙ୍କ ସମେତ ମହାସଭାର ବରିଷ୍ଠ ଉପସଭାପତି ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ନାଥ ଖୁଣ୍ଟିଆ, କରୁଣାକର ଲେଙ୍କା, ଫଗୁ ଭୂଷଣ ଦାସ, ମୂରଲୀଧର ମହାନ୍ତି,ସାଧାରଣ ସମ୍ପାଦକ ସଂଜୟ ପାତ୍ର, ସଂପାଦକ ରବୀନ୍ଦ୍ର ମହାପାତ୍ର, କୈଳାସ ଷଣ୍ଢ, କୋଷାଧ୍ୟକ୍ଷ ମନୋଜ ସାହୁ,ସମୀକ୍ଷକ ଋଷ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏଥିରେ ପ୍ରଥମେ ମୁନିଵ ଅଜୟ କୁମାର ଚୌଧୂରୀ ପ୍ରଦୀପ ପ୍ରଜ୍ୱଳନ କରି ସନନ୍ଦ ଵୈଠକକୁ ଉଦ୍ଘାଟନ କରିଥିଵା ଵେଳେ ତାଙ୍କୁ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପାତ୍ର ସହାୟତା କରିଥିଲେ। ପରମ୍ପରା ଅନୁଯାୟୀ ସନନ୍ଦ ବୈଠକ କଟକ ଚାଉଳିଆଗଞ୍ଜ କୁଞ୍ଜବିହାରୀ ମଠରେ ହେଵା ଅନାଦି କାଳରୁ ଚଲିଆସୁଥିଵା ଵେଳେ କୋଭିଡ୍ କଟକଣା ପାଇଁ ପ୍ରଶାସନିକ ଅନୁମତି ନମିଳିବାରୁ ପ୍ରଥମ ଥର ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇ ପୁରୀ ପାଟରା ମଠରେ କରାଗଲା। ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ୍ତା ଡ଼ିସେମ୍ବର ୧୮,୧୯,୨୦ ତିନି ଦିନ ଧରି ପୁରୀ ରେ ହେଵାକୁ ସ୍ଥିର କରାଗଲା। ଏଥିପାଇଁ ସ୍ମରଣୀକା ପ୍ରକାଶ ପାଇଵ ବୋଲି ନିଷ୍ପତ୍ତି ନିଆଯାଇ ଲେଖା ଯଥା ସମୟରେ ପଠାଇବାକୁ ସମସ୍ତଙ୍କୁ ନିଵେଦନ କରାଯାଇଥିଲା। ଆଗାମୀ ସମସ୍ତ କାର୍ୟ୍ୟକ୍ରମ ସେତେବେଳର କୋଭିଡ ଗାଇଡ ଲାଇନ ଅନୁଯାୟୀ କରାଯିଵ ଵୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା।ଶେଷରେ ବରିଷ୍ଠ ଉପସଭାପତି ଵିଷ୍ଣୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କଲା ପରେ ସଭା ମୁଲତବୀ ରହିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.