ଭୁବନ ୧୯/୦୯/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଶନିବାର ଦିନିକିଆ ଭୁବନ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସେଠୀ ପ୍ରଥମେ ତହସିଲ କାର୍ଯ୍ୟାଳୟ,ପରେ ଏନ.ଏ.ସି ଓ ବ୍ଲକ କାର୍ଯ୍ୟାଳୟ ଏବଂ ଶେଷରେ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଥିବା ଭୁବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଦ୍ରୁତ ଗଚ୍ଛିରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ,ଉନ୍ନତମାନର ବିଜ୍ଞାନଗାର,ଲାଇବ୍ରେରୀ ଇତ୍ୟାଦି ବୁଲି ଦେଖିବା ସହ ସମୀକ୍ଷା ବୈଠକରେ ମୋ ସ୍କୁଲ କମିଟି କାର୍ଯ୍ୟକର୍ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଭୁବନ ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଙ୍କ ସହିତ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ,ଭୁବନ ତହସିଲଦାର ପ୍ରଭାସ କୁମାର ବେହୁରା,ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବିଡିଓ ଆଶୀର୍ବାଦ ପରିଡା,ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ,ମୋ ସ୍କୁଲ ଆବାହକ ଶୁଭେନ୍ଦୁ ସାହୁ,ସଭାପତି ପ୍ରଭାସ କୁମାର ସେନାପତି,ବରିଷ୍ଟ କର୍ମକର୍ତା ଜୟଗୁରୁ ପାତ୍ର,ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର